ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ

ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ

ଢେଙ୍କାନାଳ , ତା ୦୭.୦୧.୨୦୨୩ – ଜିଲ୍ଲାରେ ଥିବା ସବୁଜିମା ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏବଂ ଦେବପୀଠ ଗୁଡିକରେ ପ୍ରକୃତି ଅନୁକୂଳ ଓ ପୌରଣିକ ଗାଥା ବହନ କରୁଥିବା କାରୁକାର୍ଯ୍ୟ ନିର୍ମାଣ କରି ଅଧୁକ ଆକର୍ଷଣୀୟ କରାଯିବ ବୋଲି ଓଡିଆ ଭାଷା , ସାହିତ୍ୟ , ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାଶ ପ୍ରକାଶ କରିଛନ୍ତି । ଜିଲ୍ଲାର ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠ , ସପ୍ତଶଯ୍ୟା , ଅନନ୍ତ ଶୟନ , ସଦେଇବେରେଣୀ କଳାକୃତି ଗ୍ରାମ , ଦଦରାଘାଟି ପ୍ରକଳ୍ପ , ସାପୁଆ ପ୍ରକଳ୍ପ , ଦଣ୍ଡାଧାର ପାର୍କ ଭଳି ପର୍ଯ୍ୟଟନସ୍ଥଳୀ ସମେତ ଭୁବନର ବୁଦ୍ଧେଶ୍ବର ପାର୍କ , ବାଜିରାଉତ ପାର୍କ , ସୋଗର ସ୍ଥିତ ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ ଉଦ୍ୟାନ ଆଦିର ବିକାଶ କରାଯିବ । ଏହି ସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥା , ପରିଷ୍କାର ପରିଚ୍ଛନ୍ନତା , ପାନୀୟ ଜଳ ଯୋଗାଣ , ସେଲଫି ପଏଣ୍ଟ , ରାତ୍ରି ରହଣି ଓ ପାକିଂ ଆଦିର ବ୍ୟବସ୍ଥା କରି ପର୍ଯ୍ୟଟକମାନଙ୍କୁ ଅଧ୍ୟକ ଆକୃଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ନିମନ୍ତେ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ କପିଳାସ ପୀଠ , ସପ୍ତଶଯ୍ୟା , ସଦେଇବେରେଣୀ କଳାକୃତି ଗ୍ରାମ , ଦଦରାଘାଟି ପ୍ରକଳ୍ପ , ସାପୁଆ ପ୍ରକଳ୍ପ , ଦଣ୍ଡାଧାର ପାର୍କ ଭଳି ପର୍ଯ୍ୟଟନ ସ୍ଥଳୀଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରକାଶ ଚାନ୍ଦ ଗୋଗିନେନୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧ୍ୟାକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ତନ୍ମୟ କୁମାର ଦରୱାନ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶ , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାଶ , ଓ.ଟି.ଡି.ସି. ର ସହକାରୀ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ଆର୍କିଟେକ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମସ୍ତ ପ୍ରମୂଖ ସ୍ଥଳୀଗୁଡିକ ବୁଲି ଅନୁଧ୍ୟାନ କରିଛନ୍ତି ।

Recent Post

Live Cricket Update