ହାତୀ ତାଣ୍ଡବରେ ଜଣେ ମୃତ

ହାତୀ ତାଣ୍ଡବରେ ଜଣେ ମୃତ

ଗ୍ରାମବାସୀଙ୍କ ଅଭିଯୋଗ ମଦ ପିଇ କାର୍ଯ୍ୟରେ ଅବହେଳା କରୁଛି ବନ ବିଭାଗ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁ ସାହି ରେ ହାତୀ ଆକ୍ରମଣରେ ଜଣଙ୍କର୍ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ଅଭିଯୋଗ ବନବିଭାଗ କର୍ମଚାରୀ କାର୍ଯ୍ୟରେ ଅବହେଳା କରିବା ସହିତ ରାତ୍ରି ସମୟରେ ମଦ୍ୟପାନ କରି ଶୋଇ ଯାଉଛନ୍ତି। ମୃତ ପରିବାର ଙ୍କ ସୂଚନା ଅନୁଯାୟୀ ଅଜୟ ସାମଲ ସକାଳ ପ୍ରାୟ ୮.୧୦ ମିନିଟ ସମୟରେ ବଗିଚା କାର୍ଯ୍ୟ କରୁଥିବା ବେଳେ ଅଚାନକ ଭାବେ ଆକ୍ରମଣ କରି ତିନି ଚାରିଥର କଚାଡ଼ି ବା ପରେ ଛାଡି ଚାଲିଗଲା। ପରିବାର ଲୋକେ ଓ ଗ୍ରାମବାସୀଙ୍କ ଅଜୟ କୁ ଚିକିସ୍ଥା ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନେଇ ଥିଲେ। କିଛି ସମୟ ଚିକିତ୍ସା ପରେ ଅଜୟ ମୃତ ଘଟିଥିଲା। ମୃତଦେହ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Recent Post

Live Cricket Update