ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟର ଅବସର କାଳୀନ ତଥା ବିଦାୟ କାଳୀନ ସମ୍ବଦ୍ଧନା ମହୋତ୍ସବ ପାଳିତ

ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟର ଅବସର କାଳୀନ ତଥା ବିଦାୟ କାଳୀନ ସମ୍ବଦ୍ଧନା ମହୋତ୍ସବ ପାଳିତ

ବିଷୟ______ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବ୍ଳକ ଅନ୍ତର୍ଗତ ଠାକୁରପାଟଣା ଉଚ୍ଚ ଓ ଉପ୍ରା ବିଦ୍ୟାଳୟ ଆନୁକ୍ୱଲ୍ୟରେ 30 ତମ ବାର୍ଷିକ କ୍ରୀଡା ଉତ୍ସବ ,ବାର୍ଷିକ ଉତ୍ସବ ଓ ଅବସରକାଳୀନ ତଥା ବିଦାୟ କାଳୀନ ସମ୍ବଦ୍ଧନା ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଆଳି ମଣ୍ଡଳର ସହ ଶିକ୍ଷା ଅଧିକାରି ତଥା ବିଆରସିସି ଉଦକର ସାମଲ ମୁଖ୍ୟ ଅତିଥି ,ପେତପଡା ସରପଞଙ୍କ ପ୍ରତିନିଧି ପ୍ରଣେୟ କୁମାର ଦାସ,ସଶିଧା ସରପଞ ଦୀପକ ଭୁୟା ,ସମିତି ସଭ୍ୟା ଙ୍କ ପ୍ରତିନିଧି ଜ୍ୟୋତିରଞନ ଭୁୟାଁ ,ମଙ୍ଗରାଜପୁର ନୋଡାଲ ଉପ୍ରା ବିଦ୍ୟାଳୟର ସିଆରସିସି ନରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ସମ୍ମାନୀତ ଅତିଥି ରୁପେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ ।ଉକ୍ତ ସଭାକୁ ଠାକୁରପାଟଣା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସେଠୀ ପରିଚାଳନା କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବାରିକ ସହଯୋଗ କରିଥିଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ସାସ୍କୁତିକ କାର୍ଯ୍ୟକ୍ରମ ମୋ ଗାଁ ର ମହକ ଅପରାହ୍ନରୁ ଆରମ୍ଭ ହୋଇ ସଂଧ୍ୟାରେ ଶେଷ ହୋଇଥିଲା ।ଅତିଥି ପରିଚୟ ପ୍ରଦାନ କରିଥିଲେ କମଳାକାନ୍ତ ମହାଳିକ,ଧନ୍ୟବାଦ ଜ୍ଞପନ ବିକ୍ରମ କେଶରି ଦାସ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବିଓ ଗୋବିନ୍ଦ ଚନ୍ଦ୍ର ପରିଡା ,ଶିକ୍ଷକ ଵୈଳେନ୍ଦ୍ର ନାଥ ଦାସ ,କବିତା ପରିଜା,ବିକ୍ରମ କେଶରି ଦାସ,ମଞ୍ଜୁଲତା ଦାସ ଓ କମଳାକାନ୍ତ ମ‌ହାଳିକ ଙ୍କୁ ମାନପତ୍ର ସହ ଉପଢୈକନ ପ୍ରଦାନ କରାଯାଇଥିଲା ।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update