



ଟ୍ରକ୍ ଓ ବାଇକ୍ ଦୁର୍ଘଟଣା ରେ ୨ ମୃତ ୧ ଗୁରୁତ୍ତର
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ଗୋତମରା ଛକ ନିକଟ ୧୪୯ ନମ୍ୱର ଜାତୀୟ ରାଜପଥରେ ଏକ
ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଦୁଇ ଜଣଙ୍କ
ଜୀବନ ଯାଇଛି। ଘଟଣା ରୁ ପ୍ରକାଶ କଟକ
ଗୋବିନ୍ଦପୁର ଥାନା ରାଣୀପଦା ଗାଁ ର ଦୁର୍ଯ୍ୟୋଧନ ମହାରଣା ଭାଣିଜୀ ଯାଜ୍ଞସିନୀ
ମହାରଣା ଓ ଲକ୍ଷ୍ମୀପ୍ରିୟା ଓଝା ଏକ OD 05 f 2607 ବୁଲେଟରେ ବସାଇ ଅନୁଗୁଳ ଡେରା ଅଞ୍ଚଳକୁ ଆସୁଥିବା ବେଳେ ଉପରକ୍ତ ସ୍ଥାନରେ ପଛ ପାଖରୁ ଆସୁଥିବା ଟ୍ରକ୍ OD19E3737
ଦେବାରୁ ଦୁର୍ଯ୍ୟୋଧନ ସମେତ
ଦୁଇ ଜଣ ରାସ୍ତାରେ ପିଟି ହୋଇଯାଇଥିଲେ। ଏଥିରେ ଦୁଇ ଭାଣିଜୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଯ୍ୟୋଧନ ଆହତ ହୋଇଥିଲେ। ଦୁଇ ମୃତ ଦେହକୁ ବଅଁରପାଳ ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନେଇଥିଲେ । ବଅଁରପାଳ ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।