ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ|

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାହାଗିରୀ ବା ପଥୋତ୍ସବ ବେଶ ଧୁମ ଧାମ ରେ ପାଳିତ ହୋଇ ଯାଇଛି |ଏହି ଉତ୍ସବ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ ଏନଏସି ର ମିଳିତ ସହଯୋଗରେ ହୋଇଥିବା ବେଳେ, କାମାକ୍ଷାନଗର ର ବିଭିନ୍ନ ଶିକ୍ଷାନଷ୍ଠାନଗୁଡ଼ିକୁର ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଏହି ପଥ ଉତ୍ସବ ରେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ| ତେବେ ସକାଳ ୭ ରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ, ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ଗୀତ, ନାଚ, କ୍ରୀଡା, ସହ ବିଭିନ୍ନ କଳା ସଂସ୍କୃତି ର ପ୍ରଦର୍ଶନ ଦେଖିବା ପାଇଁ ,ହନୁମାନ ବଜାର ଠାରୁ ଜଗନ୍ନାଥ ବଜାର ପର୍ଯ୍ୟନ୍ତ, ସହର ବାସୀଙ୍କ ମଧ୍ୟରେ ବେଶ୍ ଭିଡ ଦେଖିବାକୁ ମିଳିଥିଲା| ସେପଟେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଘାଟନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପଳ ଜ୍ୟୋତିଷଙ୍କର ସାହୁ ଙ୍କ ସମେତ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଏନେଏସି ଅଧକ୍ଷ, ବ୍ଲକ ଅଧକ୍ଷ ଙ୍କ ସହ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତି ରହି ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ |ସେହିପରି କାମାକ୍ଷାନଗର ରେ ପ୍ରଥମ ଥର ଏହି ଉତ୍ସବ ହୋଇ ଥିବା ବେଳେ,ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା|ତେବେ ଏହି ପଥୋତ୍ସବ ନୂଆ ନୂଆ ପ୍ରତିଭାକୁ ସାମ୍ନାକୁ ଆଣିବ ବୋଲି ବୁଦ୍ଧିଜବୀମାନେ ଆଶା ରଖିଛନ୍ତି |ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update

× How can I help you?