



ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ କରି , ବ୍ୟାଙ୍କ ସମ୍ମୁଖରେ ୧୫ ଲକ୍ଷ୍ୟ ଟଙ୍କା ଲୁଟି ନେଲେ ୪ଦୁର୍ବୁତ୍ତ |
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମୁଖ ରେ ମାତୃଶ ଏଣ୍ଟର ପ୍ରାଇଜେସ ମେନେଜର ଙ୍କୁ ମରଣାନ୍ତକ ଆକ୍ରମଣ କରି , ବ୍ୟାଙ୍କ ସମ୍ମୁଖରେ ୧୫ ଲକ୍ଷ୍ୟ ଟଙ୍କା ଲୁଟି ନେଲେ ୪ଦୁର୍ବୁତ୍ତ |ସୂଚନା ମୁତାବକ ମ୍ୟାନେଜର ଜଣକ ହେଉଛନ୍ତି କୁନ୍ଦନଦେଇପୁର କାଟେଣୀ ଗ୍ରାମର ଜୟନ୍ତ କୁମାର ଆଚାର୍ଯ୍ୟ| ସେ ଭାଲୁମୁଣ୍ଡା ସ୍ଥିତ ମାତୃଶ ଏଣ୍ଟେର ପ୍ରଜେଶ ରେ ଦୀର୍ଘ ୭ବର୍ଷ ହେବ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ |ତେବେ ପ୍ରତେକ ଦିନ ପରି ଆଜି ମଧ୍ୟ ସେ ବ୍ୟାଙ୍କ କୁ ଏକ ପିକଅପ ଭ୍ୟାନ ରେ ଟଙ୍କା ଜମା କରିବାକୁ ଯାଇଥିବା ବେଳେ, ଚାରି ଜଣ ଦୁର୍ବୁତ୍ତ ଦୁଇଟି ବାଇକ ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଧାରୁଆ ଅସ୍ତ୍ର ଓ କ୍ରିକେଟ ବ୍ୟାଟରେ ମରଣାନ୍ତକ ଆକ୍ରମଣ କରିବା ସହ, ତାଙ୍କ ପାଖରେ ଥିବା ନଗଦ ୧୫ଲକ୍ଷ୍ୟ ଟଙ୍କାର ବ୍ୟାଗଟି ଲୁଟି ନେଇ ଫେରାର ହୋଇଯାଇଛନ୍ତି |ସେପଟେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସା ଲୟ କୁ ପଠାଯାଇଛି |ସେପଟେ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି !ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ