ଅସହାୟଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

ଅସହାୟଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

ଢେଙ୍କାନାଳ , ତା . ୦୯.୦୧.୨୦୨୩ – ଆଜି ଅପରାହ୍ନରେ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ଗ୍ରାମର ଗରିବ ଦମ୍ପତି ଶ୍ରୀ ରଘୁ ନାୟକ ଏବଂ ଶ୍ରୀମତୀ ରେବତୀ ନାୟକ ସହାୟତା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ପାଇଁ ରାସନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ସମ୍ପର୍କରେ ବୁଝିବା ସହିତ ଶୀତରୁ ରକ୍ଷା ପାଇବା ପାଇଁ ଜିଲ୍ଲା ରେଡକ୍ରସ ପକ୍ଷରୁ ଜିଲ୍ଲାପାଳ ସେମାନଙ୍କୁ ୨ ଟି କମ୍ବଳ ଏବଂ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ଏହି ଦମ୍ପତି ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Recent Post

Live Cricket Update