କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ

କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ କରି ସଚେତନତା ଅଭିଯାନ ଆରମ୍ଭ କରିଛି କାମାକ୍ଷାନଗର ଅଗ୍ନିଶମ ବାହିନୀ । କୌଣସି ବିପତ୍ତି ଆସିଲେ ତାହାକୁ କିପରି ଭାବେ ମୁକାବିଲା କରାଯିବ ଏବଂ ସେଫ୍ଟି ବ୍ୟବସ୍ଥାକୁଟି ସଠିକ ପରିଚାଳନା କରାଯିବ ସେ ନେଇ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । କାମାକ୍ଷାନଗର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଏହାର ଡେମୋ ଦେଖାଇଥିଲେ । ଯାହା ଆଗାମୀ ଦିନରେ ମେଡ଼ିକାଲରେ କୌଣସି ବିପତ୍ତି ଆସିଲେ ତାହାର ମୁକାବିଲା ହୋଇ ପାରିବ । ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମରେ ମେଡ଼ିକାଲର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ !ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update