ଖଇନି ଓ ଦିଆସିଲି ମାଗି ହାଟ ବେପାରୀ ଙ୍କୁ ଡକାୟତି

ଖଇନି ଓ ଦିଆସିଲି ମାଗି ହାଟ ବେପାରୀ ଙ୍କୁ ଡକାୟତି

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ହାଟ ବେପାରୀଙ୍କୁ ଖଇନି ଓ ଦିଆସିଲି ମାଗିବା ପରେ ଖଣ୍ଡା ଭୁଜାଲି ଦେଖାଇ ଲୁଟି ନେଲେ ତିନି ଦୃବର୍ତ୍ତ। ଲୁଟ ର ଶିକାର ହୋଇଥିବା ବେପାରୀ ହେଲେ ନୂଆହତା ଗ୍ରାମ ପଞ୍ଚାୟତ ର ବାଲି ସାହିର ସୁରେଇ ସେଠୀ ଓ ଡିହସାହି ର ଅଖିଳ ମହାଳିକ। ଅଭିଯୋଗ କାରୀଙ୍କ ସୂଚନା ଅନୁଯାୟୀ ଭୋର୍ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ସୁରେଇ ସେଠୀ ପାଖକୁ ତିନିଜଣ ଦୃବର୍ତ୍ତମାନେ ଆସି ପ୍ରଥମେ ଦିଆସିଲି ମାଗିଲେ ପରେ ଖଣ୍ଡା ଓ ଭୁଜାଲି ପେଟରେ ଓ ବେକରେ ଲଗାଇ ନଙ୍ଗଳା କରି ୨ ହଜାର ଟଙ୍କା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ ପ୍ରାୟ ୫୦୦ ମିଟର ଦୂରତା ପରେ ଅଖିଳ ମହାଳିକ କୁ ଖଇନି ମାଗି ପେଟରେ ଭୁଜାଲି ଲଗାଇ ୫ ହଜାର ଟଙ୍କା ଲୁଟି ନେଉଛନ୍ତି। ଏହିପ୍ରକାର ଅଭିଯୋଗ ନେଇ ଅଭିଯୋଗକାରୀ ମାନେ ବଅଁରପାଳ ଥାନା ଦ୍ୱାରସ୍ଥ ହୋଇଛନ୍ତି । ଅଞ୍ଚଳରେ ଏହିପରି ଡକାୟତି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଛି। ବଅଁରପାଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ

Recent Post

Live Cricket Update