ତଳମୂଳ ସ୍ନାତକ ମହାବିଦ୍ୟାଳୟରେ ହକି ସଚେତନତା

ତଳମୂଳ ସ୍ନାତକ ମହାବିଦ୍ୟାଳୟରେ ହକି ସଚେତନତା

ତଳମୂଳ : ଚଳିତ ମାସ ଜାନୁଆରୀ ୧୩ ତାରିଖରୁ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ନିମନ୍ତେ ବଅଁରପାଳ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ , ତଳମୂଳ ପକ୍ଷରୁ ଏକ ପଥପ୍ରାନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ତଳମୂଳ ଓ ମହୀଧରପୁର ଗ୍ରାମ ପରିକ୍ରମା କରି ହକି ବିଶ୍ଵକପ ଆୟୋଜନ ସମ୍ପର୍କରେ ସଚେତନ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଭିନ୍ନ ବ୍ୟାନର , ପ୍ଲାକାର୍ଡ଼ ଓ ହକି ବିଶ୍ୱକପ ସମ୍ପର୍କିତ ସ୍ଲୋଗାନ ମାନ ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଙ୍ଗୋଲି ଚିତ୍ରାଙ୍କନ , ଝୋଟି ଓ ବିଭିର୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ଓ ସୁପରିଚାଳନା କରିବାରେ ଅଧ୍ୟାପକ ସଲିଳ କୁମାର ପ୍ରଧାନ , ପ୍ରତିମା ନାଥ , ଦିବ୍ୟସିଂହ ବେହେରା , ସନ୍ତୋଷିନୀ ଗଡ଼ନାୟକ , ପ୍ରଦୀପ ମହାପାତ୍ର , ଦୀପ୍ତିମୟୀ ବେହେରା , ଶକୁନ୍ତଳା ସ୍ବାଇଁ , ପମିତା ସାହୁ ସହାୟତା କରିଥିଲେ ।

Recent Post

Live Cricket Update