ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଦଶମ ବାର୍ଷିକ ସମ୍ମିଳନୀ

ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଦଶମ ବାର୍ଷିକ ସମ୍ମିଳନୀ

ଢେଙ୍କାନାଳ , ୧୧।୧ : ଅଦ୍ୟ ମୃତିକା ସଂରକ୍ଷଣ ଅବସରପ୍ରାପ୍ତ କର୍ମଚାରୀ ସଂଘ , ଢେଙ୍କାନାଳର ଦଶମ ବାର୍ଷିକ ସମ୍ମିଳନୀ , ସଂଘ କାର୍ଯ୍ୟାଳୟ ଗୁଡିଆନାଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ଅନ୍ତର୍ଯ୍ୟାମୀ ବେହେରା ସଭାପତିତ୍ବ କରିଥିଲେ ଓ ସଂଘର ସଂପାଦକ ହେମନ୍ତ କୁମାର ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ବିନୋଦ କୁମାର ମିଶ୍ର ସଭା ପରିଚାଳନା କରିଥିଲେ ଓ ଅତିଥୁମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା , ଲକ୍ଷ୍ମୀଧର ସାହୁ ମୁଖ୍ୟଅତିଥ୍‌ ଭାବେ ଯୋଗଦାନ କରିଥିଲେ । ଗୋପିନ୍ଦ୍ର ଭୋଇ , ଅବସରପ୍ରାପ୍ତ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସଂଘର ଆବଶ୍ୟକତା ଓ କାର୍ଯ୍ୟ ଉପରେ ନିଜର ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ସଚ୍ଚିଦାନନ୍ଦ ପାଇଁ ବର୍ତମାନ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଢେଙ୍କାନାଳ ମୁଖ୍ୟ ଅତିଥ ଭାବରେ ଯୋଗଦାନ କରିଥିଲେ । ସଂଘ ୨୦୧୪ ମସିହାରୁ କାର୍ଯ୍ୟ କରୁଥିଲେ ମଧ୍ୟ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଏହାର ଶୀଘ୍ର ପଞ୍ଜିକରଣ କରାଯିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଅବରପ୍ରାପ୍ତ କର୍ମଚାରୀମାନେ ସ୍ୱଳ୍ପ ବେତନଭୋଗୀ ହୋଇଥିବାରୁ ସେମାନଙ୍କୁ ମାସିକ ଚିକିତ୍ସା ଭତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଗଲା । ସମସ୍ତ ଇଚ୍ଛୁକ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କୁ ମୃତିକା ସଂରକ୍ଷଣ , ଜଳବିଭାଜିକା ଉନ୍ନୟନ ଓ ପରିବେଶ ସୁରକ୍ଷା ନିମନ୍ତେ ବୈଷୟିକ ସାହାଯ୍ୟ ଓ ସହାୟତା ଦେବା ପାଇଁ ବୈଠକରେ ସ୍ଥିର କରାଗଲା । ସର୍ବଶେଷରେ ସଂଘର ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସଂଘର ୫୦ଜଣ ସଭ୍ୟ ଓ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତଥା ଜିଲ୍ଲା ବାହାରର ଅବସରପ୍ରାପ୍ତ ମୃତିକା ସଂରକ୍ଷଣ କର୍ମଚାରୀ ନିମନ୍ତ୍ରୀତ ଅତିଥ୍ ହିସାବରେ ଯୋଗ ଦେଇଥିଲେ |

Recent Post

Live Cricket Update