ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପୁର ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପୁର ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପୁର ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରା ଓ ପରିଚାଳନା ପରିଷଦ ସଭାପତି ମଳୟ କୁମାର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନକୁଳ ଚରଣ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆଜି ଜାନୁଆରୀ ମାସ ଏଗାର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବ୍ଳକ ର ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶବିତ୍ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚଞ୍ଚଳା ବାରିକ, ଶିକ୍ଷକ ବିରେନ୍ଦ୍ର କୁମାର ସାମନ୍ତ, ବିଶିଷ୍ଟ ସମାଜସେବୀ ଅରୁପାନନ୍ଦ ବାରିକ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ଶିକ୍ଷକ ଶ୍ରୀନିବାସ ସାମନ୍ତ, ପ୍ରଫୁଲ୍ଲ କୁମାର ପରିଡ଼ା, ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ମିଶ୍ର, କଳ୍ପନା ଶତପଥୀ, ଜାନକୀ ମୁଣ୍ଡା , ସମାଜ ସେବୀ ବାସୁଦେବ ଶତପଥୀ, ପ୍ରାଣକୃଷ୍ଣ ତରାଇ, ଦିବାକର ତରାଇ, ସୁବାସ ଚନ୍ଦ୍ର ଶତପଥୀ ଓ ଦିବାକର ଶତପଥୀ ସକ୍ରୀୟ ସହଯୋଗ କରିଥିଲେ। ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଦୀପା ମୁଣ୍ଡା ଚାମ୍ପିଅନ ହୋଇଥିଲେ ଓ ପୁରସ୍କାର ପ୍ରାପ୍ତ ହୋଇଥିଲେ।

Recent Post

Live Cricket Update