ଭୁକ୍ତା ସମେତ ୧୫ ଟି ଗ୍ରାମପଞ୍ଚାୟତ ରେ ହକି ପୁରୁଷ ବିଶ୍ବ କଫ ଉଦଘାଟନୀ କାର୍ଯ୍ୟକ୍ରମ

ଭୁକ୍ତା ସମେତ ୧୫ ଟି ଗ୍ରାମପଞ୍ଚାୟତ ରେ ହକି ପୁରୁଷ ବିଶ୍ବ କଫ ଉଦଘାଟନୀ କାର୍ଯ୍ୟକ୍ରମ
——————————–
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଭୁକ୍ତା, ଅମ୍ବାଭୋନା ଓ କୁମ୍ଭୋ ସମେତ ସମସ୍ତ ୧୫ ଟି ଗ୍ରାମ ପଞ୍ଚାୟତ ରେ ହକି ପୁରୁଷ ବିଶ୍ବ କଫ୍ ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ହକି ବିଶ୍ବ କଫ୍ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବ୍ଳକ ର ଭୁକ୍ତା ଗ୍ରାମପଞ୍ଚାୟତ ରେ ଏବିଡିଓ ଟିକେଶ୍ବର ପଟେଲ ଯୋଗଦେଇଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଭୁକ୍ତା ଗ୍ରାମପଞ୍ଚାୟତ ସରପଞ୍ଚ ବଲରାମ ବିଶର, ଜିଆରଏସ ପ୍ରତାପ ପ୍ରଧାନ, ନାଏବ ସରପଞ୍ଚ ସମସ୍ତ ଔଡମେମ୍ବରଏବଂ ମିଶନ ଶକ୍ତି ର କର୍ମକର୍ତ୍ତା ସମେତ ସ୍ବୟଂସହାୟକ ମହିଲା ଗୋଷ୍ଟି ଯୋଗଦେଇଥିଲେ। ଏହି ହକି ବିଶ୍ବ କଫ ଉଦଘାଟନୀ ଅବସରରେ ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଲା ମାନଙ୍କ ଦ୍ବାରା ଚୌକି ବସା ପ୍ରତିଯୋଗିତା କରାଯାଇ ବିଜୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ପୁରୁଷ ହକି ବିଶ୍ବ କପ୍ ର ପ୍ରତିଯୋଗିତା ଟିଭି ଚ୍ୟାନେଲ ଓ ପ୍ରୋଯେକ୍ଟର୍ ମାଧ୍ୟମ ରେ ହକି ବିଶ୍ବ କପ୍ ର ସିଧାପ୍ରସାରଣ କୁ ସମସ୍ତେ ଦେଖିବାକୁ ସୁଯୋଗ ପାଇଥିଲେ। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ଯୁଜ।

Recent Post

Live Cricket Update