



ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଙ୍କୁ ଭେଟିଲେ ବିଜେପି ର ବିଧାୟକ ଟିମ
୨୦ଲକ୍ଷ କ୍ଷତିପୂରଣ ସହ ଜଣକୁ ସ୍ଥାୟୀ ନିଯୁକ୍ତି ଦାବୀ ଟିମ
ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଚାରି ଦିନ ପୂର୍ବରୁ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି |ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଠାକୁର ରଂଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଭାଗିରଥି ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲାର ହାତୀ ଆକ୍ରମଣ ରେ ମୃତାହତ ହୋଇଥିବା ଚାରୋଟି ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି | ତ୍ରଛେଳିଆ ପଡା, ଅଙ୍ଗାର ବନ୍ଧ, ବାରସିଂହ ଓ ଗଡ଼ ସନ୍ତିରୀ ଗ୍ରାମର ଯଥାକ୍ରମେ ମୃତାହତ ହୋଇଥିବା ସୁବାସ ବିଶ୍ୱାଳ, ଅନିରୁଦ୍ଧ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ ଓ ଅଜୟ ସାମଲ ଙ୍କ ପରିବାର ବର୍ଗ ଙ୍କୁ ଭେଟି ଥିଲେ | https://youtu.be/kI3X0LrH2eA
ରାଜ୍ୟ ସରକାରଙ୍କର ଦୁର୍ବଳ ମନୋଭାବ କାରଣରୁ ଏଭଳି ଘଟଣା ମାନ ଘଟୁଛି ବୋଲି ପ୍ରକାଶ କଲେ ଶ୍ରୀ ମାଝି | କେନ୍ଦ୍ର ସରକାର ମୃତାହତ ପରିବାର ଙ୍କୁ ଚାରି ଲକ୍ଷ କ୍ଷତିପୂରଣ ରାଶି ଦେଉଥିବା ବେଳେ ରାଜ୍ୟ ସରକାର କୋଡିଏ ଲକ୍ଷ ଟଙ୍କା ର କ୍ଷତିପୂରଣ ଦେବା ସହ ପରିବାର ରୁ ଜଣକୁ ସ୍ଥାୟୀ ନିଯୁକ୍ତି ଦେବା କୁ ଦାବୀ କରିଛନ୍ତି |ରାଜ୍ୟ ସରକାର ଏ ସମସ୍ୟା ର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛନ୍ତି | ସମସ୍ତ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇବା ସହ ଆସନ୍ତା ବିଧାନସଭା ରେ ଉପସ୍ଥାପନା କରାଯିବାକୁ ବିଧାୟକ ମାନେ ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମ ରେ ଅନୁଗୁଳ ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |