



ହାତୀ ତାଣ୍ଡବରେ ବଅଁରପାଳ ଅଞ୍ଚଳରେ ଜଣେ ମୃତ ଘଟଣା କୁ ନେଇ ବିଧାନସଭା ଯିବ ବିଜେପି
ଗ୍ରାମବାସୀଙ୍କ ଅଭିଯୋଗ ମଦ ପିଇ କାର୍ଯ୍ୟରେ ଅବହେଳା କରୁଛି ବନ ବିଭାଗ
ବଅଁରପାଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଚାରି ଦିନ ପୂର୍ବରୁ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି |ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଠାକୁର ରଂଜିତ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ *ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଭାଗିରଥି ପ୍ରଧାନ* ପ୍ରମୁଖ ଏକ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲାର ହାତୀ ଆକ୍ରମଣ ରେ ମୃତାହତ ହୋଇଥିବା ବଅଁରପାଳ ବ୍ଲକ୍ ର ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହି ମୃତ୍ୟୁ ଅଜୟ ସାମଲ ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି
ରାଜ୍ୟ ସରକାର ଙ୍କର ଅପାରଗତା କାରଣରୁ ଏଭଳି ଘଟଣା ମାନ ଘଟୁଛି ବୋଲି ମୋହନ ମାଝି ପ୍ରକାଶ କରିଛନ୍ତି |କେନ୍ଦ୍ର ସରକାର ମୃତାହତ ପରିବାର ଙ୍କୁ ଚାରି ଲକ୍ଷ କ୍ଷତିପୂରଣ ରାଶି ଦେଉଥିବା ବେଳେ ରାଜ୍ୟ ସରକାର ୨୦ଲକ୍ଷ ଟଙ୍କା ର କ୍ଷତିପୂରଣ ଦେବା ସହ ପରିବାର ରୁ ଜଣକୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଥିଲେ |ଏବଂ ଜଙ୍ଗଲ ବିଭାଗ ଚାହିଁଥିଲେ ଏ ଘଟଣା ଘଟି ନଥାନ୍ତା ନିରୀହ ଲୋକଙ୍କ ଜୀବନ ଯାଇନାଥାନ୍ତା ବୋଲି ଶ୍ରୀ ମାଝି ପ୍ରକାଶ କରିଥିଲେ | ରାଜ୍ୟ ସରକାର ଏ ସମସ୍ୟା ର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଥିଲେ | ଏ ସମସ୍ତ ବିଷୟରେ ବିଧାନସଭା ରେ ଉପସ୍ଥାପନା କରାଯିବାକୁ ବିଧାୟକ ଟିମ୍ ପ୍ରକାଶ କରିଥିଲେ | ଏ କାର୍ଯ୍ୟକ୍ରମ ରେ ଅନୁଗୁଳ ପ୍ରଭାରୀ ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |