ଝୁମ୍ପୁରା ବଜାରରେ ବଲେରୋ ଧକାରେ ୫ ଆହତ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେ଼ଇ ଚିକିତ୍ସା କରାଇଲା ଝୁମ୍ପୁରା ପୋଲିସ୍

Breking news
ଝୁମ୍ପୁରା ବଜାରରେ ବଲେରୋ ଧକାରେ ୫ ଆହତ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେ଼ଇ ଚିକିତ୍ସା କରାଇଲା ଝୁମ୍ପୁରା ପୋଲିସ୍

ଆଜି ସନ୍ଧ୍ୟାରେ ଝୁମ୍ପୁରା ବଜାରରେ ବଲେରୋ ଧକାରେ ୫ ଜଣ ଆହତ ହୋଇଛନ୍ତି
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଝୁମ୍ପୁରା ବଜାରରେ ଏକ ବଲେରୋ ଠୀଆକରି ଚାଳକ ବାହାରକୁ ଯାଇଥିବା ବେଳେ ଗାଡ଼ିରେ ବସିଥିବା ଲୋକ ମଧ୍ୟରୁ କେହି ଜଣକର ହାତଲାଗି OD02BN7285 ନମ୍ବର ବିଶିଷ୍ଟ ବଲେରୋ ହଟାତ୍ ଷ୍ଟାର୍ଟ ହୋଇ ଗଡିଯିବାରୁ ନହବେଡାର ଶିବନାଥ ମୁଣ୍ଡା, ରମା ମୁଣ୍ଡା, କଙ୍କଡା ଯୋଡ଼ିର ରାଜୁ ମୁଣ୍ଡା, ଝୁମ୍ପୁରାର ତୁସାର ନାଏକ ଓ ଭୀଷ୍ମ ନାଏକ ମାଛ କିଣୁଥିବା ବେଳେ ତାଙ୍କ ଉପରେ ଚଢି ଯାଇ OD090543ନମ୍ବର ଅଟୋ କୁ ମଧ୍ୟ ଧକା କରିଥିଲା।
ସୂଚନା ପାଇ ଝୁମ୍ପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବଦ କରିବା ସହ ଆହତ ମାନଙ୍କୁ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ ଚାଳକ କୁ ଥାନାରେ ଅଟକ ରଖା ଯାଇଥିବା ସୂଚନା ମିଳିଛି
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିଉଜ

Recent Post

Live Cricket Update