



ବିଶ୍ୱ କପ ହକି ପାଇଁ ଗୀତ ଗାଇଲେ ଶିକ୍ଷକ
ଆଗାମୀ ୧୩ ତାରିଖ ରେ ହେବାକୁ ଥିବା ବିଶ୍ୱ କପ ହକି ସାରା ବିଶ୍ୱ ରେ କ୍ରୀଡା ପ୍ରେମୀ ମାନଙ୍କୁ ମତାଵାଲା କରିଛି l ଏହି ରୋମାଞ୍ଚକ ପ୍ରତିଯୋଗିତାର ଆୟୋଜନର ଦାୟିତ୍ୱ ନେଇଛନ୍ତି ଓଡିଶା ସରକାର l ଭୁବନେଶ୍ୱର ଏବଂ ରାଉରକେଲା ସୁସଜ୍ଜିତ ହୋଇ ସାରିଛି କଳିଙ୍ଗ ଷ୍ଟାଡିୟମ ଏବଂ ବିରସମୁଣ୍ଡା ଷ୍ଟାଡିୟମରେ ପ୍ରତିଯୋଗିତା ଅନୁଷ୍ଠିତ ହେବ l
ହକି ପ୍ରତିଯୋଗିତା ଅବସରରେ ବଲିଉଡ ଏବଂ ଓଲିଉଡର ବଛା ବଛା କଳାକାର ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ଏହି କ୍ରମରେ ଏକ ସୁନ୍ଦର ଗୀତ ଗାଇ ବିଶ୍ୱ କପ ହକି ଉପଲକ୍ଷେ ସମର୍ପଣ କରିଛନ୍ତି ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ଯୁବକ ସୁସିଲ କୁନାର ସେନାପତି l ସେ ନିଜେ ଗୀତ ମଧ୍ୟ ଲେଖିଛନ୍ତି l ୟୁଟୁବରେ ଅନେକାଂଶରେ ଦର୍ଶକମାନଙ୍କ ଆଦୃତି ଲାଭ କରି ସାରିଲାଣି ସୁସିଲଙ୍କ ହକି ଗୀତ lସୁସିଲ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ଜଣେ କଳାକାର ଭାବେ ମଧ୍ୟ ନିଜକୁ ଗଢି ତୋଳିଛନ୍ତି l ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସେ ଆକର୍ଷଣୟ କଳା ପରିବେଷଣ କରିଆସୁଛନ୍ତି l ପିଲାଙ୍କୁ ପାଠ ପଢେଇବା ସଙ୍ଗେ ସଙ୍ଗେ କଳା ପ୍ରତି ଅନବୀଳ ଆଗ୍ରହ ଦେଖାଉଛନ୍ତି l ଜଣେ ଉତ୍ସାର୍ଗିକୃତ କଳାକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁସିଲ lଶିକ୍ଷକତା ସହିତ ସମାନ୍ତରାଳ ଭାବେ କଳାର ସେବା ଜାରି ରଖିବେ ବୋଲି କୁହନ୍ତି ସୁସିଲ । ରାୟଗଡ଼ାରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।