ରାସ୍ତା ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର,

  ହତ୍ୟା ନା ଦୁର୍ଘଟଣା ତାହା ସନ୍ଦେହ ଘୋରରେ ?

ଅନୁଗୋଳ, (ଚୈତନ୍ୟ ସାହୁ) ୧୨.୦୧.୨୩ : ବଅଁରପାଳ ଥାନା ଅନ୍ତର୍ଗତ ନାଲକୋ ଆଲୁମିନିୟମ୍ ପାର୍କ ରାସ୍ତାରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର । ଉକ୍ତ ମୃତ ଯୁବକ ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ରାକେଶ କୁମାର ସାହୁ(୨୨)ବୋଲି ଜଣାପଡିଛି । ତେବେ ଏହା ହତ୍ୟା କି ଦୁର୍ଘଟଣା ସନ୍ଦେହ ଘୋରରେ । ବିଶେଷ ସୂତ୍ରରୁ ଜଣାଯାଏ ଯେ ଗତକାଲି ସନ୍ଧ୍ୟା ୯ ଟା ସମୟରେ ନିଜ ଗ୍ରାମ ବଉଳିଗଡରୁ ବାହାରି ତାଳଚେର ଅଭିମୁଖେ ଯାଉଥିଲେ ରାଜେଶ । ଆଜି ସକାଳ ୬ଘଟିକା ସମୟରେ ନାଲକୋ ଆଲୁମିନିୟମ୍ ପାର୍କ ରାସ୍ତାରେ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକ ଦେଖି ରାକେଶର ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ଘର ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । କେହି ଦୁର୍ବୁତ୍ତ ରାକେଶ କୁ ମାରି ଦୁର୍ଘଟଣାର ରୂପ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଶବ ବ୍ୟବଚ୍ଛେଦ ନିମନ୍ତେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଅଛି ।

Recent Post

Live Cricket Update