



ରାଉରକେଲା ସହରରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିବା ଲାଗି ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ଅପୂର୍ବ ଉତ୍ସାହ। ହକି ଛକରୁ ହନୁମାନ ବାଟିକା ଯିବା ରାସ୍ତାରେ ବେଶ୍ ଭିଡ଼ ଲାଗିଥିଲା। ଟ୍ରଫି ପଟୁଆରରେ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ସାଧାରଣ ଲୋକ ସାମିଲ ହେଉଛନ୍ତି।ରାସ୍ତାରେ ୧ ହଜାରରୁ ଅଧିକ ମହିଳା କଳସ ଶୋଭାଯାତ୍ରାରେ ଟ୍ରଫିକୁ ପାଛୋଟି ନେଇଥିଲେ। ଗୁରୁଦ୍ୱାରା ନିକଟରେ ପଞ୍ଜାବୀ ସମରକଳା ‘ଗତକା’ ପ୍ରମୁଖ ଆକର୍ଷଣ ପାଲଟିଥିଲା। ସେହିପରି ଶହ ଶହ ଯୁବପିଢ଼ି ଏବଂ ସ୍ଥାନୀୟ ଖେଳାଳି ହାତରେ ହକି ଷ୍ଟିକ୍ ଧରି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କରିଥିଲେ।