କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ, ଲଖନପୁର ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ
———————————-
୧୨/୦୧/୨୦୨୩ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଠାରେ ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି।
ପ୍ରଧାନ ଶିକ୍ଷକ ଵିଶ୍ଵନାଥ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବିବେକାନନ୍ଦ ଜୟନ୍ତୀ ପାଳନ ଉତ୍ସବ ରେ ଶିକ୍ଷକ ମନୋହର ସାହୁ ସ୍ବାଗତ ଭାଷଣ ରଖିଥିଲେ। ପ୍ରଥମେ ପ୍ରଧାନ ଶିକ୍ଷକ ସ୍ବାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରିଥିଲେ। ବିବେକାନନ୍ଦ ଙ୍କ ଜୀବନି, ଚିନ୍ତା, ଧର୍ମ ପ୍ରଚାର, ଵିଶ୍ଵ ଧର୍ମ ସମ୍ମିଲନୀ ରେ ଅଂଶ ଗ୍ରହଣ, ତାଙ୍କର ବେଦାନ୍ତ, ଯୋଗ, ଆଦି ଉପରେ ସମସ୍ତ ଶିକ୍ଷକ ମତ ପୋଷଣ କରିଥିଲେ। ଶିକ୍ଷକ ଘନଶ୍ୟାମ ପ୍ରଧାନ, ସୁରେଶ ମହାନନ୍ଦ, ଜନାର୍ଦ୍ଦନ ସା ,ନିବେଦିତା, ବିଶ୍ବାଲ ରଜନୀ ଖମାରୀ, ଗୁଣନିଧି ମିର୍ଧା, ସୁଶାନ୍ତ ଦେହେରୀ, ସୁଜିତ ପଶାୟତ, ଵିଦୁଭୁଷଣ ସାହୁ ଦେବେନ୍ଦ୍ର ସ୍ବାଇଁପ୍ରମୁଖ କରିଥିଲେ। ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ସୁରେଶ ମହାନନ୍ଦ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
