



ରେଳ ଧାରଣାରୁ ଖଣ୍ଡ ବିଖଣ୍ଡ ଅବସ୍ଥାରେ ମୃତ ଦେହ ଉଦ୍ଧାର
ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜାଙ୍ଗ ରେଳ ଧାରଣାରୁ ଖଣ୍ଡ ବିଖଣ୍ଡ ଅବସ୍ଥାରେ ମୃତ ଦେହ ଉଦ୍ଧାର। ଘଟଣାରୁ ପ୍ରକାଶ ଯେ, ମୃତ ବ୍ୟକ୍ତି ଜଣଙ୍କ ଜରଡ଼ା ପଞ୍ଚାୟତ ବିଜୟ ସେଠି (୫୦) ବ୍ୟକ୍ତି ଜଣଙ୍କ ରେଳ ଧାରଣାରେ ଚାଲିକି ଯାଉଥିବା ବେଳେ ରେଳ ଆସୁଥିବା ଜାଣି ପାରି ନଥିଲେ। ଯାହା ଫଳରେ ରେଳ ଚାପି ଦେଇଥିବା ରୁ ବିଜୟ ଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ନିଶା ଥାନା ଏବଂ RPF ପହଁଚି ଶବ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଥିଲେ।