ଢେଙ୍କାନାଳ ତହସିଲଦାର ଏବଂ ଜିଲ୍ଲା ସବ୍ – ରେଜିଷ୍ଟ୍ରାରଙ୍କୁ ସମ୍ବଧିତ କଲେ ଅନନ୍ତ ଆଶ୍ରମର କର୍ମକର୍ତା

ଢେଙ୍କାନାଳ ତହସିଲଦାର ଏବଂ ଜିଲ୍ଲା ସବ୍ – ରେଜିଷ୍ଟ୍ରାରଙ୍କୁ ସମ୍ବଧିତ କଲେ ଅନନ୍ତ ଆଶ୍ରମର କର୍ମକର୍ତା

ଢେଙ୍କାନାଳ ( ୧୨ / ୧ ) – ଶ୍ରୀ ଗୁରୁ ଅନନ୍ତ ଆଶ୍ରମ ଜାତୀୟ ସର୍ବୋଦୟ ସମିତିର ଏକ ଜମି ରେଜିଷ୍ଟ୍ରି ହୋଇ ଆଜି ଡକୁମେଣ୍ଟ ଅପଲୋଡ୍ ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ପଟ୍ଟା ଇସ୍ୟୁ କରିଥିବାରୁ ତହସିଲଦାର ସୁଧାଂଶୁ ଶେଖର ସାଓ ଏବଂ ଜିଲ୍ଲା ସବ୍ – ରେଜିଷ୍ଟ୍ରାର ଗୁରୁ ଚରଣ ମଲ୍ଲଙ୍କୁ ସମ୍ବଧିତ କରିଛନ୍ତି ସମିତିର ରାଜ୍ୟ ଉପଦେଷ୍ଟା ଇଂ . ଦେବାଶିଷ ହୋତା । ଏହି ସମୟରେ ତାଙ୍କ ସହିତ ରାଜ୍ୟ ଉପ – ସଭାପତି ସୁରେଶ ଚନ୍ଦ୍ର ସାହୁ ଏବଂ ରାଜ୍ୟ ସଂପାଦକ କାଳନ୍ଦୀ ଚରଣ ବେହେରା ଉପସ୍ଥିତ ଥିଲେ । ଏହି ଜମି ବଣସିଂହ ମୁଖ୍ୟ ଗୁରୁଗାଦୀଠାରେ ଅଛି । ଏହାକୁ ଗତକାଲି ସବ୍ ରେଜିଷ୍ଟ୍ରାର ଶ୍ରୀ ମଲ୍ଲ ରେଜିଷ୍ଟ୍ରି କରାଇଥିଲେ । ଗତକାଲି ରାଜ୍ୟ ସଭାପତି ଡାକ୍ତର ମହେଶ୍ଵର ସ୍ଵାଇଁ ବାଲୁଗାଁରୁ ଆସି ଜମି ରେଜିଷ୍ଟ୍ରି ନେଇଥିଲେ । ଶ୍ରୀ ସ୍ବାଇଁଙ୍କୁ ଏଥିରେ ପ୍ରଶାନ୍ତ ପଣ୍ଡା , ରଂଜନ କୁମାର ଲେଙ୍କା ଏବଂ କିଶୋର ସାହୁ ପ୍ରମୁଖ ସକ୍ରିୟ ଭାବରେ ସହଯୋଗ କରିଥିଲେ । ଢେଙ୍କାନାଳ ତହସିଲ ଏବଂ ଜିଲ୍ଲା ସବ୍ – ରେଜିଷ୍ଟ୍ରି ଅଫିସ୍‌ର ସମସ୍ତ କର୍ମଚାରୀମାନେ ପ୍ରାୟ ରାତି ୯ ଟା ଯାଏଁ କାମ କରି ଜନସାଧାରଣଙ୍କୁ ନିଷ୍ଠାର ସହିତ ସେବା ଯୋଗାଇ ଚାଲିଥିବାରୁ ଇଂ . ହୋତା ଇତ୍ୟବସରରେ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ , ମହାତ୍ମା ଗାନ୍ଧୀଙ୍କର ସର୍ବୋଦୟ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ସଦ୍‌ଗୁରୁ ସତ୍ୟବାଦୀ ସତପଥୀ ଏହି ଅନନ୍ତ ଆଶ୍ରମ ପ୍ରତିଷ୍ଠା କରି ଛୁଆଁ ଅଛୁଆଁ ଭେଦଭାବ ହଟାଇବା ପାଇଁ ଲାଗି ପଡିବାରୁ ଅନେକ ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାକୁ ଭୃକ୍ଷେପ ନ କରି ସେ ରାଜ୍ୟ ସାରା ୨୨୦ ଶାଖା ଆଶ୍ରମ ପ୍ରତିଷ୍ଠା କରି ୭୫ ହଜାର ଶିଷ୍ୟଶିଷ୍ୟଙ୍କୁ ଅଣାକାର ବ୍ରହ୍ମ ସ୍ବରୂପଙ୍କ ଦୀକ୍ଷା ଦେଇପାରିଥିଲେ ।

Recent Post

Live Cricket Update