



Espirit Toyota ସୋରୁମ ନାମରେ ଥାନା ରେ ଏତଲା
ଅନୁଗୋଳ ଜିଲ୍ଲା Toyota company ମୁତାବକ ଚାରି ଚକିଆ Toyota Liva (OD02BE0001) ଗାଡିଟି ୨୩ କିଲୋମିଟର ପ୍ରତି ଲିଟର ଆସିବା କଥା କିନ୍ତୁ ଦେଖାଇଲା ୧୦/୧୨ କିଲୋମିଟର ପ୍ରତି ଲିଟର | ଏହି ବାବଦରେ ବାରମ୍ବାର ଅଭିଯୋଗ ଅନୁଗୋଳ ସୋରୁମ ଓ କଟକ ସୋରୁମ କଲେ ମଧ୍ୟ ଉକ୍ତ କମ୍ପାନୀ କିଛି ଶୁଣିନଥିଲେ | ଏହି ଭିତରେ କିଛି ମାସ ଗଡି ଗଲା ପରେ ୨୭/୧୨/୨୦୨୧ ରିଖ ହଠାତ ଗାଡିଟି ଅନୁଗୋଳ ରେ ଖରାପ ହୋଇଥିଲା | ଏହା ପରେ ଉକ୍ତ ଘଟଣାକୁ ନେଇ ଏହି ବିଷୟ ରେ କମ୍ପାନୀ ହେଡ଼ ଅଫିସ ଓ ସୋରୁମକୁ ଜଣା ଗଲା ଏବଂ କମ୍ପାନୀ ଲୋକ ମାଲିକ ସନ୍ତୋସୀ ଦେବୀଙ୍କ ଘରୁ ଗାଡିଟିକୁ ନେଇଗଲେ କିନ୍ତୁ ଏଠାରୁ ଯେଉଁ ପ୍ରକାର ଓ ଯେଉଁ ଗାଡିରେ ଗାଡିଟିକୁ ତାଙ୍କ ଯିମା ରେ ନେଲେ ଏବଂ ତା ପରଦିନ ୨୮/୧୨/୨୦୨୧ ଦିନ ଗାଡିଟିକୁ ଟୋଚନ କରି ନେଇଯାଉଥିବା ର ଦୃଶ୍ୟ ତାଂକ ନଜରକୁ ଆସିଲା | ଏହା ପରେ ଗାଡି ମାଲିକ ସନ୍ତୋସୀ ଦେବୀ ତୁରନ୍ତ କଟକ ସୋରୁମକୁ ଉପସ୍ଥିତ ହୋଇ, ଏହି ପ୍ରକାର ର ବେନିୟମ କାର୍ଯ୍ୟ ବିଷୟ ରେ ଅଭିଯୋଗ କରିବା ସହିତ Toyota କମ୍ପାନୀ କୁ ମଧ୍ୟ ଏ ବିଷୟ ରେ ଅବଗତ କରାଗଲା | ଏହା ପରେ କଟକ ସୋରୁମ ର କର୍ମଚାରୀ ମାନେ ସେଠାରେ କ୍ଷମା ପ୍ରାର୍ଥନା କରିବା ପରେ ଆମ ଗାଡିଟିକୁ ସଜାଡ଼ିବା ପାଇଁ ତାଙ୍କ ଜିମା ରେ ରଖିଲେ ଏବଂ ତା ପରଦିନ ଅର୍ଥାତ ୨୯/୧୨/୨୦୨୧ ରିଖ ଗାଡିଟିକୁ ସଜାଡି ମାଲିକ ହାତ କୁ ହସ୍ତାନ୍ତର କରିବେ ବୋଲି କହିଥିଲେ | ସେଥିପାଇଁ ୫୮୫ ଟଙ୍କାର ଏକ ଖର୍ଚ୍ଚ ତାଲିକା ପ୍ରଦାନ କଲେ କିନ୍ତୁ ଦୁଃଖର କଥା ତା ୮/୧/୨୦୨୩ ରିଖ ହେଲେ ମଧ୍ୟ ଏଯାବତ ଉକ୍ତ ଗାଡି ଟିକୁ ମାଲିକ ସନ୍ତୋସୀ ଦେବୀଙ୍କୁ ହସ୍ତାନ୍ତର କରିଲେ ନାହିଁ | ଏହି ବାବଦକୁ ମାଲିକ ବହୁ ବାର ବିଭିନ୍ନ ମହଲ ରେ ଦରଖାସ୍ତ କଲେ ମଧ୍ୟ କିଛି ସମାଧାନ ହେଲା ନାହିଁ | ତେଣୁ ବାଧ୍ୟ ହୋଇ ଥାନା ର ଦ୍ୱIରସ୍ତ ହେଲେ ମାଲିକ ସନ୍ତୋସୀ ଦେବୀ | ଏହା ଫଳରେ ଅନୁଗୋଳ ଥାନା କେଶ ନଂ୨୦, ତା.୮/୧/୨୦୨୩ ରିଖ ରେ ଦଫା ୪୦୬ /୩୪ IPC ରେ ସୋରୁମ ମାଲିକଙ୍କ ସହିତ ୮ଜଣ ଙ୍କ ନାମରେ ମାମଲା ରୁଜୁ କରିଛି ।