ଭୋଇନାତୋରା ରେ ସ୍ୱଚ୍ଛତା ରାଲି

ଭୋଇନାତୋରା ରେ ସ୍ୱଚ୍ଛତା ରାଲି
=======================
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନାତୋରା ପଞ୍ଚାୟତ ର ଭୈନାତୋରା ଗ୍ରାମରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡା. ଟେମରାମ ଦେହେରିଙ୍କ ତତ୍ୱାବଧାନ ରେ ଭୋଇନାତୋରା ଗ୍ରାମ ଠାରେ ହୀରାଧର ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ସ୍ୱଚ୍ଛତା ଉପରେ ଆଧାରିତ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୋଷ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ଶିକ୍ଷକ ଶ୍ରୀ କଷ୍ଟ ସାହୁ, ମାଧବ ପାଣ୍ଡେ, ରାମ କୁମାର ନାୟକ, ଅସୀମ ସାହୁ, ସୋମନାଥ କିଷାନ, ବୃନ୍ଦାବନ ଠେଟୁଆର, ତପୋଧନ ନାଏକ, ନରେଶ ସା, ସବିତା ପଧାନ, ଓକିଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ |ସମସ୍ତ ଛାତ୍ର ଛାତ୍ରୀ ରାଲି ରେ ଭୋଇନାତୋରା ଗ୍ରାମ ପରିଭ୍ରମଣ କରି ପାଇଖାନା ର ବ୍ୟବହାର, ସ୍ଵଛ ପରିବେଶ, ହାତ ଧୁଆ ର ବ୍ୟବହାର ଇତ୍ୟାଦି ସ୍ଲୋଗାନ ମାନ ଦେଇଥିଲେ |ଉକ୍ତ ରାଲି ରେ ବିଦ୍ୟାଳୟ ର ସମସ୍ତ 210 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ | କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଶାହା, ସୁପରଭାଇଜର ଶ୍ରୀମତୀ ସୁକାନ୍ତି ନାଏକ ମଧ୍ୟ ଅଂଶ ଗ୍ରହଣ କରିଥିଲେ |କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗୋବିନ୍ଦ ପଧାନ |କାର୍ଯ୍ୟକ୍ରମ ପରିଚାଳନା ରେ ସ୍ବେଛାସେବୀ ଶ୍ରୀ ହୃଷିକେଶ ପ୍ରଧାନ ସହଯୋଗ କରିଥିଲେ |ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update