



ଚୌଦ୍ଵାର ରେ କ୍ୟାରମ୍ ଟୁର୍ଣ୍ଣାମେଣ୍ଟ ୨୦୨୩ ଉଦ୍ଘାଟିତ
ଟାଙ୍ଗି ଚୌଦ୍ବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୌଦ୍ଵାର ପୌରପାଳିକା ସ୍ଥିତ ୪ ନମ୍ବର ୱାର୍ଡ଼ ମହାଜନ ସାହିର ରାହାସ ବିହାରୀ ଜୀଉ କମ୍ୟୁନିଟୀ ସେଣ୍ଟର୍ ପରିସରରେ ରାହାସ ବିହାରୀ ଜୀଉ କ୍ୟlରମ୍ ଟୁର୍ଣ୍ଣାମେଣ୍ଟ ୨୦୨୩ ଆରମ୍ଭ ହୋଇ ଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୋଭିକ ବିଶ୍ୱାଳ ଯୋଗ ଦେଇଥିଲ। ସମ୍ମାନୀତ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା ଏବଂ ୪ ନମ୍ବର ୱାର୍ଡ଼ ର ପlରିଷଦ ଅଜୟ କୁମାର ବେହେରା ଯୋଗ ଦେଇଥିଲେ। ଏହି ଟୁର୍ଣାମେଣ୍ଟ ଟି ୩ ଦିନ ଧରି ଚାଲିଥିଲା। ଏହି ଟୁର୍ଣାମେଣ୍ଟ ରେ ଚlମ୍ପିୟନ ଭାବେ ରାଜେଶ୍ କୁମାର ସ୍ବାଇଁ ଓ ରାଜ କିଶୋର ସ୍ବାଇଁ, ରନର୍ସ୍ ଭାବେ ପୁଷ୍ପାନୁ ମହାରଣା ଓ କିଶୋର ପୂଜାରୀ ଟ୍ରଫି ହାସଲ କରିଥିଲେ।
ଅନୁଷ୍ଠାନର ଗିରିଶ ସାହୁ, ସୌମ୍ୟ ସାହୁ,ପବିତ୍ର ସ୍ବାଇଁ, ଟୁଲନ୍ ସାହୁ, ମଣି ରଞ୍ଜନ ସ୍ବାଇଁ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଟାଙ୍ଗି ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍ ।