ଜାତୀୟ ଯୁବ ଦିବସ ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଜାତୀୟ ଯୁବ ଦିବସ ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମରେ ଜାତୀୟ ଯୁବ ଦିବସ ଅବସରରେ ମାଗଣା ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବଅଁରପାଳ ସାମ୍ବାଦିକ ସଂଘ ସଭାପତି ସାମ୍ବାଦିକ ରାଜେଶ କୁମାର ନାୟକ, ଡାଃ ସୁନିଲ କୁମାର ପ୍ରଧାନ, ରାଜେଶ୍ କୁମାର ସେଠୀ, ଅନିଲ କୁମାର ପ୍ରଧାନ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରକାଶ କୁମାର ମହାନ୍ତି ଉପସ୍ଥିତ ଥିଲେ। ଡାଃ ସୁନୀଲ କୁମାର ପ୍ରଧାନ ଙ୍କ ନେତୃତ୍ଵରେ ଆଜି ପ୍ରାୟ ୧୮୦ ଉର୍ଦ୍ଧ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିନା ମୂଲ୍ୟ ରେ ଆୟୁର୍ବେଦ ଔଷଧ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ
*ପି ଏସ୍ ଏସ୍ ଜେ କଲେଜ ପୂର୍ବତନ ଛାତ୍ର
ସଂସଦ ସଭାପତି* ତଥା ଅନୁଗୋଳ ଗୌ ରକ୍ଷା ଦିବ୍ୟ ରଞ୍ଜନ ସାମଲ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିବିର ରେ
ପ୍ରିୟବତ ସାମଲ, ତୁସାର୍ କାନ୍ତ ସାମଲ, ମୁନା ଲେଙ୍କା, ପ୍ରଦୀପ ସାମଲ, ସୌମ୍ୟ ରଞ୍ଜନ ଲେଙ୍କା, ଅବିନାଶ ସାମଲ, ଶକ୍ତି ପ୍ରସାଦ ରାଉତ, ସୌରଭ ଶୁଭଦର୍ଶୀ ସାମଲ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ।

Recent Post

Live Cricket Update