ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ , ତା . ୧୨.୦୧.୨୦୨୩ ଆସନ୍ତା ଫେବୃୟାରୀ ମାସ ୪ ତାରିଖ ଦିନ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଉଭୟ କୌପୁନୀ ଧାରୀ ଓ ବକ୍କଳଧାରୀ ସନ୍ୟାସୀ ମାନେ ସହମତି ଭିତ୍ତିରେ ମେଳା ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମହିମା ଧର୍ମକୁ ପ୍ରଚାର ପ୍ରସାର କରି ମହିମା ଧର୍ମର ଗାରିମା ବୃଦ୍ଧି କରିବାକୁ ସେ କହିଛନ୍ତି । ମେଳାରେ ଆୟୋଜନାରେ ପୋଲିସ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ । କୌଣସି ପ୍ରକାରର ବିଶୃଙ୍ଖଳା ହେଲେ ଆଇନ ଶୃଙ୍ଖଳା ବଜାୟ ରଖୁ ନିମନ୍ତେ କଟକଣା ଜାରି କରାଯିବ । ତେଣୁ ଦୁଇ ପକ୍ଷର ସନ୍ୟାସୀ ମାନେ ସହଯୋଗିତା ମନୋଭାବ ନେଇ ମେଳା ଆୟୋଜନ କରିବାକୁ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା , ଯାନବାହାନ ନିୟନ୍ତ୍ରଣ , ପାକିଂ ବ୍ୟବସ୍ଥା , ନିଶା ଦ୍ରବ୍ୟ ସେବନର ନିୟନ୍ତ୍ରଣ ନିମନ୍ତେ ବିହିତ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଛନ୍ତି । ମେଳାରେ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ନିମନ୍ତେ ଏକ ପରିଚାଳନା କମିଟି ଗଠନ କରାଯିବ । ମେଳାର ସୁଆୟୋଜନ ନିମନ୍ତେ ବ୍ୟବସ୍ଥିତ ଗାଡି ପାକିଂ ଓ ପାକିଂ ଫି ଧାର୍ଯ୍ୟ , ଆଲୋକକରଣ ବ୍ୟବସ୍ଥା , ନିରାପତ୍ତା , ଅଗ୍ନି ନିର୍ବାପକ ବ୍ୟବସ୍ଥା , ମାଦକ ଦ୍ରବ୍ୟ ନିଷେଧ , ନଳକୂଅ , କୂଅ , ପୋଖରୀ ବିଶୋଧନ , ସି ସି କ୍ୟାମେରା ବ୍ୟବସ୍ଥା , ପାନୀୟ ଜଳ ଯୋଗାଣ , ଖାଉଟି ସାମଗ୍ରୀ ଓ ଜାଳେଣୀ କାଠ ଯୋଗାଣ , ନିୟନ୍ତ୍ରଣ କକ୍ଷ ସ୍ଥାପନ , ସୁରକ୍ଷିତ ଓ ନିରବିଚ୍ଛିନ୍ନବିଦ୍ୟୁତ ଯୋଗାଣ , ମେଳାରେ ଖାଦ୍ୟ ପ୍ରଦାର୍ଥ ଯାଞ୍ଚ , ମେଳାର ପ୍ରଚାର ପ୍ରସାର ଆଦି ସମ୍ପର୍କ ରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା । ବୈଠକରେ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଗନ୍ଦିଆ ବିଡିଓ ଶ୍ରୀ ଆଶିଷ ରଞ୍ଜନ ସାହୁ , ଗନ୍ଦିଆ ଥାନା ଅଧିକାରୀ ଶ୍ରୀ ସତ୍ୟବ୍ରତ ଭୁତିଆ , ଗନ୍ଦିଆ ସରପଞ୍ଚ , ପୋଲିସ ଅଧିକାରୀ , ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧ୍ଵ ମାନେ ଯୋଗ ଦେଇଥିଲେ ।

Recent Post

Live Cricket Update