ଜ଼ିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

( ଜ଼ିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ )
ଜଗତସିଂହପୁର
ତା =12/1/23
ଜଗତସିଂହପୁର ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଛେଳିଆଗଡ଼ ସ୍ଥିତ ଜୟଦୁର୍ଗା ପଡିଆରେ ପି ଟି ଉଷା ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ଆୟୋଜିତ ଦୁଇ ଦିନଆ ଜ଼ିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଜ଼ିଲ୍ଲା ର କୋଣ ଅନୁକୋଣ ରୁ ୩ ଶହ ରୁ ଉର୍ଦ୍ଧ କ୍ରୀଡାବିତ ଭଲିବଲ, ହ୍ୟାଣ୍ଡ ବଲ, ଦୌଡ଼ କୁଦ, ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ | ଉଦଯାପନୀ ଉଛବ ରେ ବିଶିଷ୍ଟ କ୍ରୀଡ଼ାବିତ ପ୍ରିୟନାଥ ରାୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ | ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ |ସଂମାନ୍ନୀତ ଅତିଥିଭାବେ ପରିବେଷବିତ ଉତ୍କଳ ରଞ୍ଜନ ମହାନ୍ତି | ଆଇନୀଜୀ ନରେଶ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଦାସ | ହେମନ୍ତ କୁମାର ରାୟ ପ୍ରମୁଖ ଯୋଗଦେଇଥିଲେ |ପ୍ରାରମ୍ଭ ରେ ସମସ୍ତ ଅତିଥି ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର, କପ, ସିଲ ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update