ସ୍ବାମୀ ବିବେକାନନ୍ଦ ଙ୍କ161ତମ ଜନ୍ମ ଜୟନ୍ତୀ ବିବେକାନନ୍ଦ ବିଦ୍ୟା ମନ୍ଦିର (ସନ୍ଥପଡ଼ା) ରେ ବହୁ ଆଡମ୍ବରରେ ପାଳିତ ହୋଇଛି

ସ୍ବାମୀ ବିବେକାନନ୍ଦ ଙ୍କ161ତମ ଜନ୍ମ ଜୟନ୍ତୀ ବିବେକାନନ୍ଦ ବିଦ୍ୟା ମନ୍ଦିର (ସନ୍ଥପଡ଼ା) ରେ ବହୁ ଆଡମ୍ବରରେ ପାଳିତ ହୋଇଛି l

ଅନୁଗୋଳ ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଠାରେ ଥିବା ବିବେକାନନ୍ଦ ବିଦ୍ୟା ମନ୍ଦିରରେ ସ୍ୱାମୀ ବିବେକାନନ୍ଦ ଙ୍କ 161ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ବିଦ୍ୟା ମନ୍ଦିରରେ 27ତମ ବାର୍ଷିକ ଉତ୍ସବ ଅତିଧୁମ୍ ଧାମ୍ ପାଳିତ ହେଉଛି l ଉକ୍ତ ବାର୍ଷିକ ଉତ୍ସବ ଉପଲକ୍ଷେ ଓଡିଶା ବିଧାନସଭା ଉପ ବାଚସ୍ପତି ତଥା ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ମହୋଦୟ ମୁଖ୍ୟ ଅତିଥି ଭାବେ , ମୁଖ୍ୟ ବକ୍ତା ଭାବେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ , ସଂମାନ୍ୱିତ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ ମହୋଦୟ ଙ୍କ ପ୍ରତିନିଧି ଭାବେ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, 21ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସତ୍ୟଭାମା ସାହୁ ମହୋଦୟା , ସନ୍ଥପଡା ସରପଞ୍ଚ ଶ୍ରୀଯୁକ୍ତ ସହଦେଵ ସାହୁ ଓ ଜଗନ୍ନାଥ ପୁର ସରପଞ୍ଚ ଶ୍ରୀମତୀ ଶୁଭଶ୍ରୀ ଦେବତା ମଞ୍ଚାସିନ ହୋଇଥିଲେ , ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ମାୟାଧର ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ସହଦେଵ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ୟା ମନ୍ଦିର ସମ୍ପାଦକ ଶ୍ରୀଯୁକ୍ତ କେଶବ ସେନାପତି ତଥା ଉପସଭାପତି ଶ୍ରୀଯୁକ୍ତ ପଦ୍ମ ଚରଣ ରଥ ଅନ୍ୟତମ ପରିଚାଳନା କମିଟି ସଭ୍ୟ ଶ୍ରୀଯୁକ୍ତ ଗଣେଶ୍ୱର ମହାନ୍ତି ବିଦ୍ୟା ମନ୍ଦିର ପ୍ରଧାନ ଗୁରୁମା, ସହପ୍ରଧାନ ଗୁରୁମା ସହିତ କାଜୋଲ, ସଂଜ୍ଞାଦାସ, ସୁଭଦ୍ରା ସାମଲ, ଚିତ୍ତ ରଞ୍ଜନ ରଥ ସହିତ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ ଛୋଟ ଛୋଟ କୁନି ପିଲାମାନଙ୍କୁ ନେଇ ନାଚ ଗୀତର କାର୍ଯ୍ୟକ୍ରମ୍ ଆୟୋଜନ କରାଯାଇଥିଲା l ଏହି ଚଳିତ ବର୍ଷ ସ୍ବାମୀ ବିବୋନନ୍ଦଙ୍କ ଜୟନ୍ତୀ ବାର୍ଷିକ ଉତ୍ସବ ବହୁ ଆନନ୍ଦ ସହକାରେ ପାଳିତ ହୋଇଥିଲା l

ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l JBN News

Recent Post

Live Cricket Update