



ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମୀଭୂତ
ସହାୟତା ହାତ ବଢାଇଲେ ଯୁବ ସମାଜ ସେବୀ ହିମାଂଶୁ ମହାନ୍ତି।
କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ଅନ୍ତର୍ଗତ କହ୍ନେଇପୁର ପଞ୍ଚୟାତ କୁନ୍ଦପଡିଆ ଆଦିବାସୀ ସାହିର ବାବୁଲି ବେଗ ଘରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଘଟଣା ରୁ ପ୍ରକାଶ ଯେ ଗତ କାଲି ଘରେ କେହି ନଥିବା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଘରେ ଥିବା ସମସ୍ତ ଆସବ ପତ୍ର ସହ ଜରୁରୀ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି।
ଯାହା ଫଳରେ ବାବୁଲି ବେଗ ଏବଂ ତାଙ୍କ ପରିବାର ଶୀତ କାକରରେ ରାତି କାଟୁଥିବା ବେଳେ ଟାଙ୍ଗୀ ସାଲେପୁର ର ଯୁବ ସମାଜ ସେବୀ ହିମାଂଶୁ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଦେବାଶିଷ ମଲ୍ଲିକ, ଦିପ୍ତିରଞ୍ଜନ ବେହେରା, ପହିଁଚି ଖାଦ୍ୟ ସାମଗ୍ରୀ ସହ ,କମଳ, ଜରି ପାଲ ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତରନ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।