ମାଗଣା ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର
ଜାତୀୟ ଯୁବ ଦିବସ ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମରେ ଜାତୀୟ ଯୁବ ଦିବସ ଅବସରରେ ମାଗଣା ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବଅଁରପାଳ ସାମ୍ବାଦିକ ସଂଘ ସଭାପତି ତଥା ସମ୍ବାଦ ବଅଁରପାଳ ବ୍ଲକ ସମ୍ବାଦ ପ୍ରତିନିଧି ସାମ୍ବାଦିକ ରାଜେଶ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳ କରି ଶିବିର ଉଦଘାଟନ କରିଥିଲେ।ଏବଂ ଆୟୁର୍ବେଦ ଔଷଧ ଓ ଚିକିତ୍ସା ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରକୃତ ଚିକିତ୍ସା ପାଇ ରୋଗରୁ ମୁକ୍ତ ହେବାକୁ ହେଲେ ଆୟୁର୍ବେଦ ଔଷଧ ଚିକିତ୍ସା କୁ ଆପେଣେଇବାକୁ ପଡ଼ିବ ବୋଲି କହିଥିଲେ। ଏଥିରେ ଡାଃ ସୁନିଲ କୁମାର ପ୍ରଧାନ, ରାଜେଶ୍ କୁମାର ସେଠୀ, ଅନିଲ କୁମାର ପ୍ରଧାନ ଯୋଗଦ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରକାଶ କୁମାର ମହାନ୍ତି ଓ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ସମାଜସେବୀ ତଥା ଅନୁଗୋଳ ଗୌ ରକ୍ଷା ପ୍ରମୁଖ ଦିବ୍ୟରଞ୍ଜନ ସାମଲ ଙ୍କ ନେତୃତ୍ଵରେ ଆଜି ଏହି ମାଗଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏଥିରେ ୧୮୦ ଜଣରୁ ଉର୍ଦ୍ଧ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିନା ମୂଲ୍ୟ ରେ ଆୟୁର୍ବେଦ ଔଷଧ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିବିର ରେ ପ୍ରିୟବତ ସାମଲ, ତୁସାର୍ କାନ୍ତ ସାମଲ, ମୁନା ଲେଙ୍କା, ପ୍ରଦୀପ ସାମଲ, ସୌମ୍ୟ ରଞ୍ଜନ ଲେଙ୍କା, ଅବିନାଶ ସାମଲ, ଶକ୍ତି ପ୍ରସାଦ ରାଉତ, ସୌରଭ ଶୁଭଦର୍ଶୀ ସାମଲ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା ସହଯୋଗ କରିଥିଲେ।ଏଥିରେ ମୌଳିକ ରୋଗ ତଥା ସୁଗାର, ବାତ,ଗ୍ୟାସଟିକ,ଗୋଡ଼ ହାତ ଘୋଳାବିନ୍ଧା, ମୁଣ୍ଡ ବୁଲେଇବା, କୁଣ୍ଡେଇ ହେବା ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗର ଚିକିତ୍ସା ଓ ତାର ମାଗଣା ଔଷଧ ପ୍ରଦାନ କରାଯାଇଥିଲା।