ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ।
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳା ପଞ୍ଚାୟତର ଦଣ୍ଡାଧାର ସାପ୍ତାହିକ ହାଟ ନିକଟରେ ଗୁରୁବାର ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଶେଷଦେବ ନାୟକ (35) l ଶେଷଦେବ ନାୟକ କୌଣସି କାର୍ଯ୍ୟରେ କାନ୍ତୋଲ ଯାଇ ଘରକୁଏକ ବାଇକ ରେ ଫେରୁଥିଲେ l ଫେରିବା ସମୟରେ ଦଣ୍ଡାଧାର ହାଟ ନିକଟରେ ଥିବା ଏକ କଲଭଟ ରେ ବାଇକ ଟି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା l ଫଳରେ ଶେଷଦେବ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଖବର ପାଇ ୧0୮ ଆମ୍ବୁଲାନ୍ସ ସେବା ଗୁରୁତର ଶେଷଦେବଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି l ଶେଷଦେବଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ