Search
Close this search box.

ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଙ୍ଗଠନିକ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚନ 

ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଙ୍ଗଠନିକ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚନ

ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚନ ସ୍ଥାନୀୟ ଗୋପାଳସାଗରସ୍ଥିତ ସାଇମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦର ସମସ୍ତ ୮୦ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ସଂଗଠନର କର୍ମକର୍ତା ନିର୍ବାଚନ କରିଥିଲେ । ପ୍ରଥମେ ବୟୋଜ୍ୟେଷ୍ଠ ସାମ୍ବାଦିକ ସ୍ୱର୍ଗତ ଅଜୟ କୁମାର ଜେନା ସ୍ମୃତି ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ବୈଠକରେ ଜିଲ୍ଲା କମିଟିର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଆର୍ତ୍ତତ୍ରାଣ ପତି , ବିଜୟ କୁମାର ସ୍ୱାଇଁ ,ଶଶାଙ୍କ ଶେଖର ପଣ୍ଡା , ରାଜେନ୍ଦ୍ର କୁମାର ଲେଙ୍କା , ମାନସ ରଞ୍ଜନ ସ୍ବାଇଁ , ପ୍ରଭାତ କୁମାର ମହାନ୍ତି ଶ୍ରୀକାନ୍ତ ଦାସ ରହିଥିବା ବେଲବ ଜିଲ୍ଲା ସଭାପତି ଭାବେ ପୁନର୍ବାର ଶୁଭଙ୍କର ଜେନା | ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା | ଉପସଭାପତି ତପନ କୁମାର ରାଉତରାୟ | ,ମନୋଜ କୁମାର ନାୟକ | ଗୌରାଙ୍ଗ ଚରଣ ସ୍ବାଇଁ | ରଞ୍ଜନ କୁମାର ଲେଙ୍କା | ପ୍ରଳୟ କୁମାର ମହାପାତ୍ର ଏବଂ ସହ ସମ୍ପାଦକ ଭାବେ ପ୍ରତାପ କୁମାର ସିଂହ | ନିରଞ୍ଜନ ସ୍ବାଇଁ |ପିଣ୍ଟୁ ମୁଦୁଲି | ପ୍ରକାଶ ନାୟକ | ପ୍ରଶାନ୍ତ କୁମାର ମୁଦୁଲି | ସ୍ମୃତି ରଞ୍ଜନ ମହାନ୍ତି | ସୁଶାନ୍ତ ମହାନ୍ତି | ,ସତ୍ୟବ୍ରତ ସାମଲ ଓ କୋଷାଧ୍ୟକ୍ଷ ଭାବେ ରମାକାନ୍ତ ଦାସ | ସଂଗଠନ ସମ୍ପାଦକ ତାରାପଦ ମହାନ୍ତି | ଜ୍ୟୋତିପ୍ରକାଶ ନାୟକ | ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ତପନ କୁମାର ରାଉତରାୟ | ବୈଷ୍ଣବ ରାଉଳ ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

× How can I help you?