



ଆଶା ଫାଉଣ୍ଡେସନର ୨୩ତମ ପ୍ରତିଷ୍ଠା ଦିବସ ପାଳିତ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆଶା ଟକିଜ୍ ଠାରେ ୧୧ତାରିଖ ବୁଧବାର ଦିନ ଆଶା ଫାଉଣ୍ଡେସନର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ପାଳିତ ହୋଇଯାଇଛି। ଏହି ଅବସରରେ ନୂତନ ବର୍ଷ ୨୦୨୩ ର ଆଗମନରେ ଗ୍ରାଣ୍ଡ ସେଲେବ୍ରେଶନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଢେ଼ଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀ ମହେଶ୍ୱର ପ୍ରଧାନ, ଶ୍ରୀ ବସନ୍ତ ବେହେରା, ଏମ.ଡି.ଜେ.କେ କନଷ୍ଟ୍ରକ୍ସନ ମୁଖ୍ୟ ବୁଲେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏନ୍ ସି ଡି ଏ ର ଷଷ୍ଠ ବାର୍ଷିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ଆଶା ଫାଉଣ୍ଡେସନ ଅଧ୍ୟକ୍ଷ ଶ୍ରୀ ପଙ୍କଜ କୁମାର ସାମଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ କଳାକାର ଓ କୁନି କୁନି କଳାକାର ମାନେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଆଶା ଫାଉଣ୍ଡେସନ ପକ୍ଷରୁ ଉପସ୍ଥିତ ସମସ୍ତଙ୍କ ପାଇଁ ଡିନର୍ ର ଆୟୋଜନ ହୋଇଥିଲା।