ମୋବାଇଲ ବେପାରୀଙ୍କୁ ଘର ମୁହଁରୁ ଡକାୟତି

   ସିରିଏଲ୍ ଡକାୟତି କରି ପୋଲିସ କୁ ଦଉଛି ଚଖମା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ରେ ଭଡା ରେ ରହୁଥିବା ଜଣେ ମୋବାଇଲ ବେପାରୀ ଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି ହୋଇଥିବା ଥାନାରେ ଅଭିଯୋଗ। ଅଭିଯୋଗକାରୀଙ୍କ ଜଣଙ୍କ ହେଲେ ସୁଶାନ୍ତ ବେହେରା ପରଜଙ୍ଗ ପାଣିଭଣ୍ଡାର ନିବାସୀ। ସୂଚନା ଅନୁଯାୟୀ ସୁଶାନ୍ତ ସବୁଦିନ ପରି କଣ୍ଟାବଣିଆ ସ୍ଥିତ ମୋବାଇଲ ଦୋକାନ ବନ୍ଦ କରି ମୋବାଇଲ ଓ ବେପାର ଟଙ୍କା ଧରି ଘରକୁ ଫେରୁଥିଲେ। ରାସ୍ତା ରେ ଆସୁଥିବା ବେଳେ ସୁଶାନ୍ତ କୁ ଡକାୟତି ଦଳ ଫୋଲ କରୁଥିବା ଜାଣି ପାରି ଦ୍ରୁତଗତିରେ ଘରକୁ ଆସିଥିଲେ। ଘର ଗେଟ୍ ମୁହଁରେ ଓହ୍ଲାଇଲା ବେଳେ ଡକାୟତି ଦଳ ପ୍ଲସର ଗାଡିରେ ୨ ଜଣ ଆସି ସୁଶାନ୍ତ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଟି ମୋବାଇଲ ଓ ୫୦ ହଜାର ରୁ ଉର୍ଦ୍ଧ୍ଵ ବେପାର ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ। ସୁଶାନ୍ତ ଅଭିଯୋଗ ନେଇ ବଅଁରପାଳ ଥାନା ଦ୍ୱାରସ୍ଥ ହେବାପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି।

Recent Post

Live Cricket Update