ଢେଙ୍କାନାଳରେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟନ

ଢେଙ୍କାନାଳରେ ଏଚ୍.ଡି.ଏଫ୍.ସି. ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟନ

ଢେଙ୍କାନାଳ , ତା.୧୩ ୦୧.୨୦୨୩ରିଖ : ଅଦ୍ୟ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଠାରେ ଏଚ୍.ଡି.ଏଫ୍.ସି ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟନ ହୋଇଯାଇଅଛି । ଯାହାକି ଏହାକୁ ମିଶାଇ ଓଡିଶାରେ ୧୯୭ଟି ଶାଖା ହେଲା । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍ ଭାବେ ଉପସ୍ଥିତ ରହି ଶାଖାକୁ ଉଦ୍‌ଘାଟନ କରିବା ସହିତ ଏଟିଏମ୍‌କୁ ମଧ୍ୟ ଉଦ୍‌ଘାଟନ କରି କହିଥିଲେ ଯେ , ଆଜି ଏକ ଖୁସିର ଦିନ ଯାହାକି ଏଚ୍.ଡି.ଏଫ୍.ସି ବ୍ୟାଙ୍କ ତା’ର ଢେଙ୍କାନାଳରେ ନୂତନ ଶାଖା ଖୋଲିଛି ଏବଂ ଆଜି ୧୩ ତାରିଖ ପୁରୁଷ ୱାର୍ଲଡ କପ୍ ଖେଳର ପ୍ରଥମ ଦିନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନିତ ଅତିଥ୍ ଭାବେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୁର କୁମାର ନାୟକ , ପୌରପରିଷଦ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର , ବ୍ୟାଙ୍କର ବରିଷ୍ଠ ଅଧିକାରୀ ତଥା କ୍ଲଷ୍ଟର ମୁଖ୍ୟ ଅର୍ଜୁନାନନ୍ଦ ବାଘ ଓ ଜ୍ୟୋତି ରଞ୍ଜନ ପୃଷ୍ଟି , ସି.ଏସ୍ . ସି . ମୁଖ୍ୟ ପ୍ରମଥେସ୍ ପଟ୍ଟନାୟକ , ରାଜ୍ୟ ମୁଖ୍ୟ ଜି.ଆଇ.ବି ସଞ୍ଜିବ ମହାପାତ୍ର ଓ କ୍ଷେତ୍ର ଜି.ଆଇ.ବି. ସତ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସାରା ଓଡିଶାରେ ବ୍ୟାଙ୍କର ଅଧିକ ଶାଖା ଖୋଲିବା ସହିତ ଗ୍ରାହକମାନଙ୍କୁ ଗୁଣବତା ଓ ଉତମ ସେବା ଯୋଗାଇଦେବା ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂତନ ଶାଖାର ପରିଚାଳକ ରାକେଶ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Post

Live Cricket Update