ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ୨୪ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୩ ।ଏହି ୨୪ତମ ପୁସ୍ତକ ମେଳାକୁ ଆସନ୍ତା ୧୫ତାରିଖ ଅପରାହ୍ନରେ ଓଡିଶା ବିଧାନ ସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାପରିଷଦ ସଭାପତି, ଜିଲ୍ଲାପାଳ, ଜଗତସିଂହପୁର ଓ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଉଦ୍ଘାଟନ କରିବେ। ଆଜି ପୁସ୍ତକ ମେଳା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ ସୂଚନା ଦେଇଛନ୍ତି ।ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଶ୍ୱ କପ ହକି ଖେଳକୁ ନେଇ ଜଗତସିଂହପୁର ଜିଲ୍ଲାରେ ପୁସ୍ତକ ମେଳା ସହିତ ଜିଲ୍ଲା ମହୋତ୍ସବ କଲ୍ଲୋଳ ମିଳିତ ଭାବରେ ଅନୁଷ୍ଠିତ ହେଉଛି ।ଉଦ୍ଘାଟନୀ ଉତ୍ସବର ପୂର୍ବାହ୍ନରେ ମା ଶାରଳାଙ୍କ ମନ୍ଦିରରୁ ସଂକୀର୍ତନ ଶୋଭାଯାତ୍ରାରେ ଜ୍ୟୋତି ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖସ୍ଥ ପଡ଼ିଆରେ ପହଞ୍ଚିବ ।ପରେ ଜିଲ୍ଲା ପ୍ରଶାସନ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାଂସ୍କୃତିକ ପରିଷଦର କର୍ମକର୍ତ୍ତାମାନେ ସାଂସ୍କୃତିକ ଶୋଭାଯାତ୍ରାରେ ମା ଶାରଳାଙ୍କ ଜ୍ୟୋତିକୁ ନେଇ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ପୁସ୍ତକ ମେଳା ପରିସରରେ ସ୍ଥାପନ କରାଯିବ । ଚଳିତ ବର୍ଷ ପୁସ୍ତକ ମେଳା ୮୦ଟି ଷ୍ଟଲ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଘଟିକାରୁ କବିତା ପାଠୋତ୍ସଵ ,ଅପରାହ୍ନ ୨ ଘଟିକା ରୁ ୩.୩୦ଘଟିକା ପର୍ଯ୍ୟନ୍ତ କୁଇଜ କାର୍ଯ୍ୟକ୍ରମ ରହିଛି ।ପରେ ଅପରାହ୍ନ ୪ଟାରୁ ସାହିତ୍ୟ ଆସର ତଥା ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରିୟ ଲେଖକଙ୍କ ସହିତ ଦିନଟିଏ ଅନୁଷ୍ଠିତ ହେବା ସହିତ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଆସର ଉତ୍ସର୍ଗ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ ଓ ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ, ସହ ସମ୍ପାଦକ ସୁଧୀର କୁମାର ମହାନ୍ତି ଓ ନରେଶ ଦାସ,କୋଷାଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ କୈଳାସ ମଲ୍ଲିକ,ପୂର୍ବତନ ସମ୍ପାଦକ ଗୋପାଳକୃଷ୍ଣ ମିଶ୍ର,ଅବନୀକାନ୍ତ ମହାରଣା,ପଜ୍ଞା ପାରମିତା ଚୌଧୁରୀ, ପ୍ରଭାତ ଦାଶ, ଦୁର୍ଯୋଧନ ମହାରଣା,ବିବୁଧ ରଞ୍ଜନ ମହାନ୍ତି, ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଜଗତସିଂହପୁର ପୁସ୍ତକମେଳା କୁ ସଫଳ କରିବାକୁ ଜଗତସିଂହପୁର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update