ଫକୀର ମୋହନ ସେନାପତି ସ୍ମୁତି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଫକୀର ମୋହନ ସେନାପତି ସ୍ମୁତି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆ ସ୍ଥିତ ଫକୀରମୋହନ ସେନାପତି ସ୍ମୃତି ପାଠାଗାର ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |ଉକ୍ତ ଉତ୍ସବରେ ଉଦଘାଟକ ଭାବରେ ଗୋଠଦା ମଠର ମଠଧୀସ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଉତ୍ସବ କୁ ଉଦଘାଟନ କରିଥିବାବେଳେ ନବକାକାଳୀ ପତ୍ରିକାର ସମ୍ପାଦକ ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ନାଉଗାଁ ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବରେ ବାବା ଶ୍ରୀ ସତ୍ୟାନନ୍ଦ ଦାସ, ସମ୍ମାନିତ ଅତିଥି ଭାବରେ ଡ଼ ଚାଇନା ପ୍ରଧାନ, ଓଷ୍ଟା ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତି ଓ ପାଠାଗାରର ସଭାପତି ରୁଦ୍ର ପ୍ରସନ୍ନ ପ୍ରଧାନ ଉପସ୍ଥିତ ଥିଲେ |କଣ୍ଟୁଣିଆ ସ୍ଥିତ ଶ୍ରୀ ଶ୍ରଦ୍ଧା କଳା ସାଧନା କେନ୍ଦ୍ର ଦ୍ୱାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ପାଠାଗାର ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପାଠାଗାରର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପାଠାଗାରର ସଭାପତି ଶ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଓଷ୍ଟା ନାଉଗାଁ ବ୍ଲକ ସଭାପତି ସୁକାନ୍ତ କୁମାର ଲେଙ୍କା ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ମଞ୍ଚ ପରିଚଳନା କରିଥିଲେ | ଏହି ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନସ୍ମିତା ବେହୁରାଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ | ଓଏଏସ କଳ୍ପନା ଦାସଙ୍କୁ ଯୁବ ପ୍ରତିଭା ସମ୍ମାନ | ସୁକାନ୍ତ କୁମାର ଦାସଙ୍କୁ କଳା ସମ୍ମାନ | ଆଲୋକ ରାୟଙ୍କୁ ଆଦର୍ଶ କୃଷକ ସମ୍ମାନ | ଆକାଶ ମିଶ୍ରଙ୍କୁ ମେଧା ସମ୍ମାନ |ବିଜୟ କୁମାର ଓଝାଙ୍କୁ ପ୍ରେରଣା ସମ୍ମାନ ସମ୍ମାନୀତ କରାଯାଇଥିଲା |
ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପାଠାଗାରର ବାର୍ଷିକ ମୁଖପତ୍ର “ଅକ୍ଷର” ର ଶୁଭ ଉନ୍ମୋଚନ କରାଯାଇଥିଲା |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update