



ଆଦ୍ୟ ତା ୧୪.୦୧.୨୦୨୩ ଢେଙ୍କାନାଳ ସ୍ଥାନୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଦନ ଠାରେ ଆଜି ଜିଲ୍ଲା ପ୍ରଶାସନ ସଂସ୍କୃତି ପରିଷଦ ପକ୍ଷରୁ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାସକବିଙ୍କୁ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ଭାଷା , ସାହିତ୍ୟ , ଓ ସଂସ୍କୃତିର ସୁରକ୍ଷା ପାଇଁ ଫକୀର ମୋହନ ତାଙ୍କର ଯଶ ଓ କୀର୍ତ୍ତି ଯାକୁଲ୍ୟମାନ ହୋଇ ରହିଥିବ ବୋଲି ମତବ୍ୟକ୍ତ କରିଥିଲେ । ବ୍ୟାସକବି ଫକୀର ମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଏକ ପୃଷ୍ଠାଙ୍କ ପ୍ରତିମୂର୍ତ୍ତି ବ୍ୟାସକବି ଫକୀର ମୋହନ ସ୍ମୃତି ସଦନ ସମ୍ମୁଖରେ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲାପାଳ ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଲେଖକ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗାନନ୍ଦ ତ୍ରିବେଦୀ , ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଟ୍ଟନାୟକ , ଶ୍ରୀଯୁକ୍ତ କାଳନ୍ଦୀ ଚରଣ ସାହୁ , ଶ୍ରୀଯୁକ୍ତ ସାରଙ୍ଗଧର ମିଶ୍ର , ଶ୍ରୀଯୁକ୍ତ ଅଞ୍ଜନ ସାହୁ , ଶ୍ରୀମତୀ ପ୍ରଭାତୀ ମହାପାତ୍ର , ଶ୍ରୀଯୁକ୍ତ ବିଦ୍ୟାଧର ବାରିକ , ଅବଦୁଲ ମହମ୍ମଦ ସପିଳ , ଶ୍ରୀଯୁକ୍ତ ଗଣେଶ ମିଶ୍ର , ଶ୍ରୀଯୁକ୍ତ ଦୁର୍ଗା ଚରଣ ମିଶ୍ର , ଶ୍ରୀଯୁକ୍ତ ବୈକୁଣ୍ଠନାଥ ସ୍ବାଇଁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ବସନ୍ତ କୁମାର ବେହେରା , ପରେଶ ଡୁଙ୍ଗଡୁଙ୍ଗ , ଅରୁଣ ଭୂୟାଁ , ଗଣେଶ୍ୱର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।