ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କର ୪୩ତମ ମକର ସଂକ୍ରାନ୍ତି ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କର ୪୩ତମ ମକର ସଂକ୍ରାନ୍ତି ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ଢେଙ୍କାନଳ , ୧୪।୧ : ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଶ୍ରୀ ଶ୍ରୀ ଚୈତନ୍ୟ ଜୀଉଙ୍କର ୪୩ତମ ମକର ସଂକ୍ରାନ୍ତି ଓ ସମ୍ବର୍ଜନା ଉତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ଉକ୍ତ ଉତ୍ସବରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥୀ ଓ ସମାଜସେବୀ ରାମଚନ୍ଦ୍ର ପାତ୍ର ସମ୍ମାନିତ ଅତିଥ୍ ଭାବେ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ନିହାର କୁମାର ପ୍ରଧାନ , ସମ୍ପାଦକ ସନ୍ତୋଷ କୁମାର ବେହେରା , ପୂର୍ବତନ ସଭାପତି ଦିଗମ୍ବର ବେହେରା , ପ୍ରମୋଦ ବେହେରା ଉପସ୍ଥିତ ଥିଲେ । ନବକିଶୋର ଦଲେଇ ମନ୍ଦିର ସମ୍ବନ୍ଧରେ ବିଷଦ ଆଲୋଚନା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ସଭାରେ ଯୋଗଦେଇଥିବା ସଂକୀର୍ତନ ମଣ୍ଡଳୀ ସଦସ୍ୟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ସଂକୀର୍ତନ ମଣ୍ଡଳୀର ଉପସଭାପତି ଗୋବନ୍ଦ ସାହୁ , ସଂପାଦକ ଗୋବର୍ଦ୍ଧନ ଦଳେଇ , କୋଷାଧ୍ୟକ୍ଷ ପିଣ୍ଟୁ ପାତ୍ର , ନନ୍ଦ କିଶୋର ବାରିକ , ରବିନ୍ ବାରିକ , ଅକ୍ଷୟ ବାରିକ ଓ ନନ୍ଦ ବ୍ରହ୍ମ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

Recent Post

Live Cricket Update