ତ୍ରୀନାଥଦେବଙ୍କର ମକର ସଂକ୍ରାନ୍ତି ମହୋତ୍ସବ

ତ୍ରୀନାଥଦେବଙ୍କର ମକର ସଂକ୍ରାନ୍ତି ମହୋତ୍ସବ

ଢେଙ୍କାନଳ , ୧୪।୧ : ଶ୍ରୀଶ୍ରୀ ତ୍ରୀନାଥ ଦେବଙ୍କର ମକର ସଂକ୍ରାନ୍ତି ଢେଙ୍କାନାଳ ସହରସ୍ଥ ବାଜିଚୌକ ହୀରାସାଗର ଦୈନିକ ମ୍ୟୁନିସିପାଲିଟି ମାର୍କେଟ୍ ପରିସରରେ ବ୍ୟବସାୟୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି । ସକାଳ ସାଢେ ୭ଟାରେ ସୂର୍ଯ୍ୟଦେବଙ୍କର ପୂଜା , ଅଧିବାସ ଓ ମଣ୍ଡଳ ପୂଜା ହେବା ସହ ସକାଳ ସକାଳ ଘ.୮.୫ମି.ରେ ଯଜ୍ଞ ଓ ମକର ଚାଉଳ ଭୋଗଲାଗି ତ୍ରୀନାଥଦେବଙ୍କର ଫଳ , ମୂଳ , ଭୋଗ ଓ ମିଷ୍ଠାନ୍ନ ଭୋଗ ଇତ୍ୟାଦି ଲାଗି କରାଯାଇଥିଲା । ମାର୍କେଟ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇ ମହିଳା ସଂକୀର୍ତନ ମଣ୍ଡଳୀ ଯୋଗଦାନ କରି ମେଳା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା । ପୂଜକ ଭାବରେ ମୁଖ୍ୟ ପୁରୋଧା ଜୁଲା ଭାଇନା ପୂଜାର୍ଚ୍ଚନା କରିଥିଲେ । କର୍ତା ଅଶୋକ କୁମାର ଦଲେଇ ଓ ସହଧର୍ମିନୀ ଗୀତାଞ୍ଜଳି ଦଳେଇ ପୂଜା ଯଜ୍ଞରେ ବସିଥିଲେ । ଏହି ପୂଜା କାର୍ଯ୍ୟକୁ ସମସ୍ତ ବ୍ୟବସାୟୀବୃନ୍ଦ ସହଯୋଗ କରିଥିଲେ । ସଭାପତି ଅଶୋକ କୁମାର ଦଳେଇ , ସହ – ସଂପାଦକ ଟୁକୁ ବେହେରା ଓ ଚନ୍ଦନ କୁମାର ବେହେରା , ବିମ୍ବାଧର ରାଉତ , ଚିତରଞ୍ଜନ ସାହୁ , ଜଗନ୍ନାଥ ଭଟ୍ଟ , ହରିହର ସାହୁ , ମଙ୍ଗୁ ଦଳେଇ , ସପ୍ତେଶ୍ବର ଭଟ୍ଟ , ନସିନ୍ ଖାନ୍ ଓ ବାସୁ ଖାନ୍ , ଗନ୍ଧର୍ବ ସାହୁଙ୍କ ସାହୁ ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ ।

Recent Post

Live Cricket Update