



ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି
ଆଜି ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି । ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ହଭ ଭୋଗ ଲାଗି କରାଯାଇଥିଲା। ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ୧୨ ଟା ବେଳେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ସେଥିରେ ମକର ଚାଉଳ, ଚକା, ପୂଳୀ, ଓ ଅନ୍ନ ଧୂପ ଲାଗି କରାଯାଇଥିଲା ଓ ମଦନ ମୋହନଙ୍କୁ ମକର ବେଢ଼ା ପରିକ୍ରମା କରାଯାଇଥିଲା। ଏହି ବେଢାରେ ମକର ଚାଉଳ, ପାନ ଗୁଆ, ପୂଳୀ ଓ ଗଜା ଧରି ମନ୍ଦିର ଚାରିପଟେ ୭ ଭେରା ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ ଓ ତାପରେ ପହଡ଼ ପଡ଼ିବ। ପୂଜକ ମନ ସୁମନ ମିଶ୍ର, ଶ୍ରୀବତ୍ସ ମିଶ୍ର, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ଏହି ମକର ସଂକ୍ରାନ୍ତି ଉତ୍ସବ ଟିକୁ ସମ୍ପନ୍ନ କରାଯାଇଥିଲା।