Search
Close this search box.

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଢେଙ୍କାନାଳ /ମେରାମଣ୍ଡଳି : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ( ଟିଏସ୍ଏଫ୍ ) ପକ୍ଷରୁ ମେରାମଣ୍ଡଳୀର ସର୍ପା ରଘୁନାଥପୁରରେ ୨୦୨୩ ଜାନୁଆରି ୧୨ ତାରିଖ ଦିନ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଜାତୀୟ ଯୁବ ଦିବସ ଓ ଜଗଦଗୁରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ୪୦୦ ରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ର ସିକ୍ୟୁରିଟି ମୁଖ୍ୟ ଅଭିଷେକ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍ଏଫ ମେରାମଣ୍ଡଳୀର କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ମୁଖ୍ୟ ଦିବ୍ୟାହାସ ରାଏ ଯୁବବର୍ଗଙ୍କୁ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ ୟୁଥ ପ୍ରୋଜେକ୍ଟର ଜାତୀୟ ସଂଯୋଜକ ମଧୁସୂଦନ ଦାସ ଓ ନ୍ୟାସନାଲ ସର୍ଭିସ ସ୍କିମ ଅଫ ଇଣ୍ଡିଆର ମାଷ୍ଟର୍ ଟ୍ରେନର ନିରୋଦ ବରଣ ଖୁଣ୍ଟିଆ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ୨୦୨୩ର ବିଷୟବସ୍ତୁ “ ବିକଶିତ ଯୁବ , ବିକଶିତ ଭାରତ ‘ ଅନୁସାରେ ଉଭୟ ବକ୍ତା ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ସକାରାତ୍ମକ ଶକ୍ତିକୁ ସୁଦୃଢ଼ କରିବାର ଗୁରୁତ୍ଵ ଉପରେ ଆଲୋକପାତ କରିଥିବା ବେଳେ ଲକ୍ଷ୍ୟ ଧାର୍ଯ୍ୟ କରିବା , ଶୃଙ୍ଖଳା ଓ ନିଷ୍ଠା ଆଦିକୁ ବ୍ୟକ୍ତିତ୍ବର ଅଂଶରେ ପରିଣତ କରିବାର ଆବଶ୍ୟକତା ରହିଛି ଯାହା ସଫଳତା ଆଡ଼କୁ ବାଟ କଢ଼ାଇବ ବୋଲି ସେମାନେ କହିଛନ୍ତି । ଓଡ଼ିଶାରେ ଉପଲବ୍ଧ ଥିବା ବିପୁଳ ବିକଳ୍ପ ସମ୍ବଳକୁ ବ୍ୟବହାର କରି ଆତ୍ମ – ନିର୍ଭର ହେବା ଲାଗି ସେ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ । ସ୍ଵାମୀ ବିବେକାନନ୍ଦ ଦେଇଥିବା ଶିକ୍ଷା ଦ୍ବାରା ଅନୁପ୍ରାଣିତ ହୋଇ ଉପସ୍ଥିତ ଯୁବବର୍ଗଙ୍କ ମଧ୍ୟରେ ଆଶା ଓ ସକାରାତ୍ମକ ଭାବନା ଜାଗ୍ରତ କରାଇବାରେ ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା । କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ଅଂଶ ସରୂପ ଟିଏସଏଫ୍ ମେରାମଣ୍ଡଳୀ ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀର ପାରିପାର୍ଶ୍ଵକ ଗ୍ରାମଗୁଡିକରେ କ୍ରୀଡ଼ା ଏବଂ ଯୁବ ସଂପୃକ୍ତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Recent Post

Live Cricket Update

You May Like This

× How can I help you?