



ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ ପାରିନୁଆପଡା ,ହାବଳଗଣ୍ଡ ପଞ୍ଚାୟତର ଉଜାଙ୍ଗ ଠାରେ ଥିବା ମୁରଲୀଧର ମହାନ୍ତି ସ୍କୁତିସସଦ ତରଫରୁ ଏହାହ ଏକାଦଶ ବାର୍ଷିକ ସ୍କୁତିସଭା ଓ ସମଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ବଟକୃଷ୍ଣ ପଣ୍ଡା ସମ୍ପାଦକୀୟ ପାଠ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରଥମେ ଆନ୍ତଃ ବିଦ୍ୟାଳୟସ୍ତରୀୟ ସଂଗିତ , ନୃତ୍ୟ ଛାତ୍ର ,ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ଏଥିରେ ବିଚାରକ ଭାବେ କେଶବ ଚରଣ ନାୟକ,ଧନେଶ୍ଵର ରାଉତ,ଲୋତକ ବିନ୍ଦୁ ଦାଶ,ଅକ୍ଷୟ କୁମାର ପଣ୍ଡା ,ନରହରି ପାତ୍ର ,ମାଧବାନନ୍ଦ ଦାଶ ପ୍ରମୁଖଯୋଗଦେଇ ନିଜନିଜର କାର୍ଯ୍ୟ ସୁଚାରୁ ରୁପେ ସମାପନ କରିଥିଲେ । ସଭାର ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥିଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାମଲ,ମୁଖ୍ୟବକ୍ତା ଭାବରେ କେନ୍ଦ୍ରାପଡ଼ା ଓଷ୍ଟାର ସମ୍ପାଦକ ନିର୍ମଳ କୁମାର ନାୟକ , ସମ୍ମାନୀତ ଅତିଥି ଭାବରେ ଅନିରୁଦ୍ଧ ବେଉରିଆ ,ରାଜକନିକା ଓଷ୍ଟାର ସଭାପତି ଶିକ୍ଷକ ସଞ୍ଜୟ କୁମାର ସାମଲ,ଶିକ୍ଷକ କେଶବ ଚରଣ ନାୟକ,ଶିକ୍ଷକ ଜୟ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ ।ପୀତବାସ ପଣ୍ଡା,ବିରେନ୍ଦ୍ର କୁମାର ପଣ୍ଡା,ଡାକ୍ତର ପ୍ରସନ୍ନ କୁମାର ନାୟକ ,କୈଳାସ ଚନ୍ଦ୍ର ସାହୁ,ତରୁଲତା ଦାଶ ପ୍ରମୁଖଙ୍କୁ ମାନପତ୍ର ,ଉତ୍ତରୀୟ ଓ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା ।ଶେଷରେ ପୃଷ୍ଠପୋଷକ ତଥା ପୃର୍ବତନ ଶିକ୍ଷକ ରାହାସବିହାରୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ଓ ବିଦାୟ ସଂଗିତ ଗାନକରିଥିଲେ ମାଧବାନନ୍ଦ ଦାଶ