ନିଉ ଏଡେଡ୍ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ବୈଠକ

ନିଉ ଏଡେଡ୍ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ବୈଠକ

ଢେଙ୍କାନାଳ , ୧୫ / ୦୧ : ଓଡିଶା ନିୟୁ ଏଡେଡ୍ ହାଇସ୍କୁଲ୍ ମାନଙ୍କରେ କାର୍ଯ୍ୟରତ ୪୮ବର୍ଷରେ ପଦାର୍ପଣ କରିଥିବା ହିନ୍ଦି , ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଟ୍ରେନ୍‌ଡ୍‌ ସ୍କେଲ୍ ଦେବା ପରିପ୍ରେକ୍ଷୀରେ ସେମାନଙ୍କର ନ୍ୟାୟିକ ସମସ୍ୟାର ସମାଧାନ ନିମନ୍ତେ ସରକାର ଅହେତୁକ ବିଳମ୍ବ କରି ହାଇକୋର୍ଟରେ ଅକ୍ଷୟ ନାୟକଙ୍କ ସାଇଟେସନ୍‌ରେ ସିଙ୍ଗିଲ୍ ବଂଚ୍‌ରୁ ହାରିଥିବାବେଳେ ବର୍ତମାନ ହାୟର ଫୋରମ୍ କୁ ( ଡବଲ୍ ବଂଚ୍ ) ରେ ଅପିଲ୍ କରିଛନ୍ତି । ତେଣୁ ସରକାରଙ୍କ ଠାରୁ ନ୍ୟାୟ ପାଇବା ପାଇଁ ନିବେଦନ କରିଛନ୍ତି ଏବଂ ଏଥିପାଇଁ ନ୍ୟାୟିକ ପ୍ରୋସେସ୍‌ରେ ସରକାର ତାଙ୍କୁ ସାହାଯ୍ୟ କରିବେ ବୋଲି ଆଶା ଓ ବିଶ୍ଵାସ ରଖିଛନ୍ତି । ଏଥିପାଇଁ ଢେଙ୍କାନାଳ ଜିଲ୍ଲାରେ ୪୮ବର୍ଷର ଶିକ୍ଷକଶିକ୍ଷୟିତ୍ରୀ ସଂଗଠନର ସ୍ଥାନୀୟ ଜାଉଁଳିପୋଖରୀ ମଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଅଜୟ ପରିଡା ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ପର୍ଶୁରାମ ସାହୁ , ସଭ୍ୟ ଦେବପ୍ରସାଦ ମହାରଣା , ରୁଦ୍ରନାରାୟଣ ପରିଡା , ମମତା ରାଉତ , ଶିବନାରାୟଣ ସାହୁ ଓ ନିଳାଚଳ ବାରିକଙ୍କ ସହିତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

Recent Post

Live Cricket Update