



ରୟାଲ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଉଦ୍ଯାପିତ
ଫାଇନାଲ୍ ମ୍ୟାଚ୍ରେ ଜିତି ସିଲ୍ଭର୍ ଷ୍ଟାର୍ ଚମ୍ପିୟନ୍ ହୋଇଛି
ଢେଙ୍କାନାଳ , ୧୫ / ୦୧ : ରୟାଲ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅଦ୍ୟ ଉଦ୍ଯାପିତ ହୋଇଯାଇଅଛି । ଟୁର୍ଣ୍ଣାମେଂଟ୍ଟି ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବାବେଳେ ଅଦ୍ୟ ଆଭେଞ୍ଜର – ୧୧ ସହିତ ସିଲ୍ଭର ଷ୍ଟାର୍ ମଧ୍ୟରେ ଫାଇନାଲ୍ ଖେଳ ହୋଇଥିଲା । ଏହି ଖେଳରେ ପ୍ରଥମେ ଆଭେଞ୍ଜର – ୧୧ ବ୍ୟାଟିଙ୍ଗ୍ କରି ୧୫ ଓଭରରେ ୯୦ ରନ୍ କରିଥିଲା । ଜବାବରେ ସିଲଭର ଷ୍ଟାର୍ ୧୩ ଓଭରରେ ସମସ୍ତ ରନ୍ରେ ଜିତିବା ସହିତ ଚମ୍ପିୟାନ୍ ହୋଇଥିଲେ । ସିଲ୍ଭର ଷ୍ଟାର୍ ଟିମ୍ ଖେଳାଳୀ ରାବଡା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଏହି ଟୁର୍ଣ୍ଣାମଂଟ୍ରେ ଢେଙ୍କାନାଳ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୂଅଁର ମୁଖ୍ୟ ଅତିଥ ଭାବେ ଯୋଗଦେଇ ସିଲ୍ଭର ଷ୍ଟାର୍ ଟିମ୍ କୁ ଚମ୍ପିୟନ୍ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୌରପରିଷଦର ୩ନଂ ୱାର୍ଡର କାଉନ୍ସିଲର ଅଭିମନ୍ୟୁ ପଣ୍ଡା ଓ ୬ନଂ ୱାର୍ଡର କାଉନ୍ସିଲର ସନ୍ଦୀପ୍ କୁମାର ଷଡଙ୍ଗୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବର ସମସ୍ତ ସଦସ୍ୟମାନେ ସମସ୍ତ ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।