ଜ଼ିଲ୍ଲା ସାରସ୍ୱତ ପାରିଷଦ ପକ୍ଷରୁ ନିଆରା ଢଙ୍ଗ ରେ ଜ଼ିଲ୍ଲା ର ଐତିହ୍ୟ ସ୍ମରଣ

( ଜ଼ିଲ୍ଲା ସାରସ୍ୱତ ପାରିଷଦ ପକ୍ଷରୁ ନିଆରା ଢଙ୍ଗ ରେ ଜ଼ିଲ୍ଲା ର ଐତିହ୍ୟ ସ୍ମରଣ )
ଜଗତସିଂହପୁର
ତା =15/1/23
ଜଗତସିଂହପୁର ଜ଼ିଲ୍ଲା ସାରସ୍ୱତ ପାରିଷଦ ପକ୍ଷରୁ ଜ଼ିଲ୍ଲା ମହୋତ୍ସବ କଲ୍ଲୋଳ ଏବଂ ଜ଼ିଲ୍ଲା ପୁସ୍ତକ ମେଳା ର ଆରମ୍ଭ ଅବସରରେ ଜ଼ିଲ୍ଲା ର ଐତିହ୍ୟ ସ୍ମରଣ କରାଯାଇଛି | ଜଗତସିଂହପୁର ଜ଼ିଲ୍ଲା ର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ କୁ ନେଇ ପାରିଷଦ ର ସଭାପତି ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ରଚିତ ନିବନ୍ଧ ଜଗତସିଂହପୁର ମାଟିର କଥା ଓ ଗାଥା ଉପସ୍ଥିତ ସଦସ୍ୟ ମାନଙ୍କୁ ଦିଆଯାଇଥିଲା | ଏଥିସହିତ ଆଚାର୍ଯ୍ୟ ଙ୍କ ସମେତ ଅନ୍ୟାନ ସଦସ୍ୟ ମାନେ ଉକ୍ତ ନିବନ୍ଧ ଟିକୁ ପାଠ କରିଥିଲେ | କିଛି ସମୟ ପାଇଁ ଅତିତ ର ସ୍ମୁତି କୁ ମନେ ପକାଇବା ଦ୍ଵାରା ଭାବମୟ ପରିବେଶ ସୃଷ୍ଟି ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଆଇନୀଜୀବି ଯୋଗଜନ୍ମା ଚନ୍ଦ, ଚିତ୍ରଶିଳ୍ପୀ ରାଜେନ୍ଦ୍ର ମଲ୍ଲିକ, ପ୍ରଜ୍ଞାପ୍ରିୟ ଦର୍ଶନୀ ସାହୁ, ସୁଶୀଲ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ପ୍ରଦୀମ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update