ସରକାରୀ ଯୋଜନା ରୁ ବଞ୍ଚିତ ଖଲିଆପାଲି ଗ୍ରାମର ସାପୁଆ ପଡ଼ାବାସି

ସରକାରୀ ଯୋଜନା ରୁ ବଞ୍ଚିତ ଖଲିଆପାଲି ଗ୍ରାମର ସାପୁଆ ପଡ଼ାବାସି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଫେଲ ମାରିଛି । ଓଡ଼ିଶା ସରକାର କହନ୍ତି “ବାଆ ବତାସ କୁ ନାହିଁ ଡର ମୁଣ୍ଡ ଉପରେ ପକ୍କାଘର” କଥା ଶୁଣିବାକୁ ଭଲ ଲାଗେ କିନ୍ତୁ ବାସ୍ତବରେ ଏବେ ମଧ୍ୟ ଅଧିକାଂଶ ଗରିବ ଦିନ ମଜୁରିଆ ଶ୍ରେଣୀ ର ଲୋକମାନେ ଝାଟି ମାଟି ର ଘରେ ଦିନ କାଟୁଛନ୍ତି । ସରକାରୀ ବାବୁ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଭାଷଣ ବାଜିରେ ପାରଙ୍ଗମ କିନ୍ତୁ ଉଚିତ୍ ହିତାଧିକାରୀ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନ ଖଲିଆପାଲି ଗ୍ରାମ ର ସାପୁଆ ପଡ଼ା। ଏଠାରେ ବସବାସ କରନ୍ତି ଦଶ ଗୋଟି ଆଦିବାସୀ ପରିବାର ।ଦିର୍ଘ ୨୫ ବର୍ଷ ହେବ ନିଜର ହକ ପାଇଁ ଲଢେଇ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ନିଜର ଅଧିକାର ପାଇ ପାରି ନାହାଁନ୍ତି । ବ୍ଳକ ଅଫିସ ରୁ ପଞ୍ଚାୟତ ଅଫିସ୍ ଯାଇ ଯାଇ ନିରାଶ ହେଲେଣି ପଡ଼ା ବାସି । ସରପଞ୍ଚ ଙ୍କୁ ବାରମ୍ବାର ଜଣାଇଥିଲେ ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳି ନାହିଁ ।ଏହି ପଡ଼ା ବାସି ଙ୍କ ମୁଖ୍ୟ ସମସ୍ୟା ହେଲା ପକ୍କାଘର, ପାନୀୟ ଜଳ, ରାସ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ।ଦଶ ଜଣ ଙ୍କ ମଧ୍ୟ ରୁ ପାଞ୍ଚ ଜଣଙ୍କ ଘର ତାଲିକାରେ ଥିବାବେଳେ ଆଉ ପାଞ୍ଚ ଜଣଙ୍କ ନାମ ନାହିଁ । କେତେ ଦିନ ପରେ ସାପୁଆ ପଡ଼ାର ସମସ୍ୟା ର ସମାଧାନ ହେବ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ news

Recent Post

Live Cricket Update