୨୫ତମ କଳାହାଣ୍ଡି ଉତ୍ସବ ର ଦିତୀୟ ଦିବସର ସର୍ବେଶ୍ଵରଙ୍କ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

୨୫ତମ କଳାହାଣ୍ଡି ଉତ୍ସବ ର ଦିତୀୟ ଦିବସର ସର୍ବେଶ୍ଵରଙ୍କ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଆଜି ପଚିଶି ତମ କଳାହାଣ୍ଡି ଉତ୍ସବ ଘୁମରା ର ଦ୍ୱତୀୟ ସାଂସ୍କୃତିକ ସନ୍ଧ୍ୟା ଇତି ଅବସରରେ ଜିଲ୍ଲା,ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ଦ୍ୱାରା ବେସ ଚିତାକର୍ଷକ ନୁର୍ତ୍ୟ ପରି ବେଷଣ ହୋଇଥିଲା. ସଂସ୍କୃତି ସମ୍ପର୍ଣ୍ଣ କଳାହାଣ୍ଡି ଜିଲ୍ଲା ର ଐତିହ୍ୟ ପରମ୍ପରା ଅନ୍ୟ ଜିଲ୍ଲା ତୁଳନାରେ ଭିନ୍ନ.ଏଇ ଉତ୍ସବ ମାଧ୍ୟମରେ ସାଂସ୍କ୍ରୁତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ! କଳାହାଣ୍ଡି ଜିଲ୍ଲା ପାଳ ପି. ଅନ୍ବେଷା ରେଡି ଙ୍କ ଅଧକ୍ଷତାରେ ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟାର ମଞ୍ଚରେ. ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରଥ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ , ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରମୁଖ ମଞ୍ଚାସୀନ ଥିଲେ. ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଗୀତ, ଘୁମୁରା, ବଜାଶାଲ, ନୂପୁର,ଦୁଲଦୁଲି,ମୁଖା ଓ ମୃଦଙ୍ଗ ନୃତ୍ୟ କଳା ସଂସଦ, ଗୁରୁ ବିଜୟ ଜେନା ଓ ସାଥୀ ଭଳି ରାଜ୍ୟର ବିଭିନ୍ନ ଲୋକକଳା ସହିତ ବଧେଇ ନୃତ୍ୟ,ଲାବଣୀ,ମାନିଂହାର ଓ କାଲବେଲିଆ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶେଷରେ ଗୀତକାର ଓ ଲୋକପ୍ରିୟ ଗାୟକ ସର୍ବେଶ୍ୱର ଭୋଇ ଏବଂ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ବେସ ଚିତାକର୍ଷକ ଏବଂ ଉପଭୋଗ୍ୟ ହୋଇଥିଲା, ଏହାକୁ ଦେଖିବା ପାଈଁ ପ୍ରବଳ ଜନ ଗହଳି ବିଳମ୍ବିତ ରାତ୍ରି ପର୍ଯନ୍ତ ଲାଗିରହିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ମହାପାତ୍ର, ଲୋଚନୀ ବାଗ, ବିରଞ୍ଚି ନାରାୟଣ ମୁଣ୍ଡ, ସସ୍ମିତା ସିଂହ,ରାମେଶ୍ବର ତ୍ରିପାଠୀ, ସାବିତ୍ରୀ ମହାରଣା, ସୌରଭ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଉତ୍ସବର ଦ୍ୱିତୀୟ ପାରବା ମଞ୍ଚରେ ବିଭିନ୍ନ କଳାକାରଙ୍କ ଦ୍ୱାରାପ୍ରଦର୍ଶିତ ନୃତ୍ୟ, ଗୀତ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯନ୍ତ ବାନ୍ଧି ରଖିଥିଲା ।

କଳାହାଣ୍ଡି ଭବାନୀପାଟଣାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Recent Post

Live Cricket Update