Search
Close this search box.

ଜଗତସିଂହପୁର ପଟସରା ଠାରେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ

( ଜଗତସିଂହପୁର ପଟସରା ଠାରେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ )
ଜଗତସିଂହପୁର
ତା =16/1/23
ଜଗତସିଂହପୁର ବ୍ଲକ ପଟସରା ଠାରେ ଜୟ ହନୁମାନ SHG ଦ୍ଵାରା ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି | ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ ରିବନ କାଟି ଧାନ ମଣ୍ଡି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସଭାମୁଳ ପଞ୍ଚାୟତ ସରପଞ୍ଚ ବିପିନି ଭୋଇ ଙ୍କ ସଭାପତିତ୍ୱ ରେ ସଂମ୍ମାନିତ ଅତିଥିଭାବେ ଜଗତସିଂହପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା | ଜ଼ିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ରାଉଳ | ପଟସରା ସରପଞ୍ଚ ପ୍ରମୁଖ ରାଉତ | ସମବାୟ ସମିତି ସଭାପତି ଗୋଲେଖ ଚନ୍ଦ୍ର ପରିଡା | ମିଶନ ଶକ୍ତି ସଂଯୋଜିକା ନିବେଦିତା ପ୍ରମୁଖ ଯୋଗଦେଇ ଚାଷୀ ମନେ ଦଲାଲ ଙ୍କ ଶୋଷଣ ର ଶିକାର ନ ହୋଇ ସରକାରୀ ମଣ୍ଡିରେ ଉନ୍ନତ ମାନର ଧାନ ଦେଇ ଉଚିତ ମୂଲ୍ୟ ପାଇବା ପାଇଁ ଅନୁରୋଧ କରିଥିଲେ |ଏହି ଉଦଘାଟନି ସଭାରେ ଜୟ ହନୁମାନ SHG ର ସମସ୍ତ ମହିଳା |ସ୍ଥାନୀୟ ଚାଷୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

× How can I help you?